ପୁରୀ – ଜାପାନ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ସିନେମା ହଲରେ ତିନି ଦିନିଆ ଜାପାନୀୟ ଚଳଚ୍ଚିତ୍ର ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି । ଜାପାନର ଭାଇସ୍ କନସୁଲାଂଟ ଜେନେରାଲ ରିସା ତାମୁରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ କାର୍ଯ୍ୟାଳୟ ଗଣମାଧ୍ୟମ ଅଧିକାରୀ ସୁପ୍ରାତିକ ସିଲ ରୟ ଯୋଗ ଦେଇଥିଲେ । ପ୍ରତିବର୍ଷ ଜାପାନ ସରକାର ଦେଶର ବଡ ବଡ଼ ସହରରେ ଏହି ଉତ୍ସବର ଆୟୋଜନ କରୁଥିଲେ । କିନ୍ତୁ ଚଳିତ ବର୍ଷ ଆଧ୍ୟାତ୍ମିକ ସହର ପୁରୀଠାରେ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ର ଉତ୍ସବର ଆୟୋଜନ କରାଯାଇଛି । କୋଲକାତାର କନସୁଲ ଜେନେରାଲ ଅଫ୍ ଜାପାନ, ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଂଟର, ଚନ୍ଦ୍ରଶେଖର ଏକାଡେମୀ ଓ ଜାପାନ ଫାଉଣ୍ଡେସନ ତଥା ଜାପାନ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଚଳଚ୍ଚିତ୍ରଗୁଡ଼ିକରେ ଜାପାନର ସଂସ୍କୃତି, ଶିକ୍ଷା ଓ ଜ୍ଞାନକୌଶଳ ପ୍ରଦର୍ଶିତ ହେଉଥିବା ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡରେ ଅବସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ସଭାପତି ତଥା ଜାପାର କ୍ୟୋଟୋ ସହରର ପର୍ଯ୍ୟଟନ ରାଷ୍ଟ୍ରଦୂତ କୁନା ଦାଶ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ଦୀର୍ଘ ୩୦ବର୍ଷ ଧରି ଜାପାନରେ ରହି ସେଠାରେ ଭାରତ ଓ ଜାପାନର ସମ୍ପର୍କକୁ ମଜଭୁତ୍ କରିବା, ବିଶେଷ କରି ଜାପାନର ଶିକ୍ଷା, ସଂସ୍କୃତି ଓ ଜ୍ଞାନକୌଶଳକୁ ଆଦାନ ପ୍ରଦାନ ଏବଂ ଦୁଇ ଦେଶ ମଧ୍ୟରେ କିପରି ଭଲ ବାଣିଜ୍ୟ କାରବାର ହୋଇପାରିବ ସେ ନେଇ ପ୍ରୟାସ ଜାରି ରଖିଛନ୍ତି । । ଏହି ଉସôବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଜାପାନ ସମ୍ପର୍କରେ ଜାଣିବାକୁ ଆଗ୍ରହ ଥିବା ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଇଟସ୍ ବିୟୁଟିଫୁଲ ଲାଇଫ୍ ଓ ଡ୍ୟାଡ୍ସ ଲଂଚ ବକ୍ସ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିବା ବେଳେ ଶନିବାର ଦିନ ଦ କମ୍ପଲେକ୍ସ, ଟାଇମ୍ ଅଫ୍ ଇଭ୍ ଓ ରବିବାର ଉଦଯାପନୀ ଉତ୍ସବରେ ପପ୍ ଇନ୍ କୁ୍ୟ, ସର୍ଭାଇଭାଲ ଫ୍ୟାମିଲ ଆଦି ପ୍ରଦର୍ଶିତ ହେବ ।
ଶୁକ୍ରବାର ସକାଳ ୯ଟାରେ ଜାପାନର ଭାଇସ୍ କନସୁଲାଂଟ ଜେନେରାଲ ରିସା ତାମୁରା ଓ କନସୁଲ ଜେନେରାଲ ଅଫ୍ ଜାପାନ, କୋଲକତାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁପ୍ରାତିକ ସିଲ ରୟ ବାଲିଘାଟସ୍ଥିତ ଚନ୍ଦ୍ରଶେଖର ଏକାଡେମୀରେ ପହଂଚି ଥିଲେ । ସେଠାରେ ଆଇଟି ଛାତ୍ରଛାତ୍ରୀ, ଜାପାନିଜ ଭାଷା ଶିଖୁଥିବା ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।