ଭୁବନେଶ୍ୱର , ନିଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତୃତୀୟ ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟର ଜେରା କରିବା ଘଟଣାକୁ ନେଇ ବୁଧବାର ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ହୋଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଇଡିକୁ ଆଜି କେବଳ ବିରୋଧି ଦଳର ନେତୃବର୍ଗ ମାନଙ୍କୁ ନିନ୍ଦିତ ଓ ଅପମାନ କରିବାପାଇଁ ବ୍ୟବହାର କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କଂଗ୍ରେସ ନେତୃବୃନ୍ଦ, ପଦାଧିକାରୀ, ମହିଳା ସଭାନେତ୍ରୀ ଗିତାଞ୍ଜଳି ମହାନ୍ତି , ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା ଓ ଅନ୍ୟ ବହୁ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।