ଭୁବନେଶ୍ୱର, ଦିବଙ୍ଗତ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପାଇଁ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ଯୋଡି ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବିଜେପି ଦଳ ପକ୍ଷରୁ ବିରୋଧୀ ଦଳର ଉପ ନେତା ବିଷ୍ଣୁ ସେଠୀ ତଥା କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ଏହାକୁ ସମର୍ଥନ କରିଥିଲେ । ଏହା ପରେ ବାଚସ୍ପତି ସ୍ୱର୍ଗୀୟ ସିଂହଙ୍କ ବିଷୟରେ କହିଥିଲେ । ଏହା ପରେ ଗୋଟିଏ ମିନିଟ ଧରି ନୀରବ ପ୍ରାର୍ଥନା କରା ଯାଇ ଶୋକ ପ୍ରସ୍ତାବ ପାରିତ କରା ଯାଇଥିଲା ।
ଉଲ୍ଲେଖନୀୟ ଯେ ଶ୍ରୀ ସିଂହ ୧୯୯୦ ମସିହାରେ କଟକ ସଦର ଆସନରୁ ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ ।