ଭଦ୍ରକ – ସମଗ୍ର ଉର ଓଡ଼ିଶାର ସର୍ବାଧୁନିକ ପ୍ୟାଥୋଲ୍ୟାବ ‘ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ କ୍ଲିନିକ’ ଏବଂ ଲାବୋରେଟୋରୀ ଆଜି ଭଦ୍ରକ ଠାରେ ଉଦ୍ଘାଟିତ ହୋଇଛି। ଆନ୍ତର୍ଜାତୀୟ ଖ୍ୟାତି ସµନ୍ନ ନୁ୍ୟରୋସର୍ଜନ ତଥା ଏମ୍ସ୍ ଭୁବନେଶ୍ବରର ପୂର୍ବତନ ନିଦ୍ର୍ଧେଶକ ପ୍ରଫେସର ଅଶୋକ ମହାପାତ୍ର ଶୁକ୍ରବାର ଭଦ୍ରକ ଟାଉନ ସାମରାଇପୁର ସ୍ଥିତ ‘ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ ସେର’ରେ ମୁଖ୍ୟ ଅତିଥି ଭାବେ େଯାଗ ଦେଇ ଉଦ୍ଘାଟନ କରିଛନ୍ତି। ଭଦ୍ରକ ଏବଂ ଏହାର ଆଖପାଖରେ ଥିବା ଜିଲ୍ଳା ବାଲେଶ୍ବର, ମୟୁରଭଂଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଲୋକମାନେ ମଧ୍ଯ ଏହି ଡାଇଗ୍ନୋଷ୍ଟିକ ସେର ଦ୍ବାରା େଯାଗାଇ ଦିଆ ଯାଉଥିବା ଅତ୍ୟାଧୁନିକଏବଂ ନିର୍ଭୁଲ ବିଜ୍ଞାନ ଆଧାରିତ ପ୍ୟାଥୋଲୋଜି ପରୀକ୍ଷାର ସୁଫଳ ପାଇ ପାରିବେ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଫେସର ଅଶୋକ ମହାପାତ୍ର। ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ ସµର୍କରେ ସୂଚନା ଦେଇ ଏହାର ମୁଖ୍ୟ ଉଦ୍ୟୋକ୍ତା ତଥା କନସଲ୍ଟା ଡାକ୍ତର ଗୁରୁପ୍ରସାଦ ଛୋଟରାଏ କହିଛନ୍ତି େଯ, ଲାଇଭ୍େଓ୍ବଲରେ ସ୍ଥାପନ କରାଯାଇଥିବା ସମସ୍ତ ପରୀକ୍ଷଣ ଯନ୍ରପାତି ଗୁଡ଼ିକ ଅତ୍ୟାଧୁନିକ ଏବଂ ସଂପ୍ରତି ଦେଶର ଥିବା ପ୍ରତିଷ୍ଠିତ ପ୍ୟାଥୋଲ୍ୟାବ ଅନୁରୂପ ଜ୍ଞାନ କୌଶଳ ସହ ସମାନ। ଲାଇଭେଓ୍ବଲ ଡାଇଗ୍ନୋଷ୍ଟିକରେ େଯଉଁ ମେସିନ ବସାଯାଇଛି ଏ ସମସ୍ତ ଜାପାନର ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳରେ ନିର୍ମିତ। ଏହା ଦ୍ବାରା ଭଦ୍ରକ ଜିଲ୍ଲାବାସୀ ଏଣିକି କଟକ, ଭୁବନେଶ୍ବର ଧାଁ ଦଉଡ଼ ତଥା ଖଚ୍ର୍ଚାନ୍ତରୁ ମୁକ୍ତି ପାଇବେ ବୋଲି ଡ. ଛୋଟରାଏ କହିଛନ୍ତି। ସମାନ ପ୍ରକାର ଟେଷ୍ଟ ବା ପରୀକ୍ଷଣ ପାଇଁ ରୋଗୀ ବା ପରିବାର ଲୋକଙ୍କୁ ଭୁବନେଶ୍ବର ଯିବାକୁ ପଡ଼ିବ ନାହó। ସମାନ ରିପୋର୍ଟ ଗୋଟିଏ ଦିନରେ ଲାଇଭ୍େଓ୍ବଲରୁ ହó ପାଇ ପାରିବେ। କେବଳ ସେତିକି ନୁହେଁ, େଯଉଁମାନେ ଚାହóବେ ସେମାନେ ଟେଷ୍ଟ ରିପୋର୍ଟର ଡିଜିଟାଲ ବା ଇ-କପି ମଧ୍ଯ ମେଲ େଯାଗେ ପାଇ ପାରିବେ ବୋଲି ଡ. ଛୋଟରାଏ କହିଛନ୍ତି। ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକରେ ଥାଇରଏଡ଼, ଡାଇବେଟିକ, ହର୍ମୋନ, ଲିପିଡ଼୍ପ୍ରୋଫଇଲ, କ୍ୟାନସର ମାର୍କର, ବ୍ଲଡ଼ କଲ୍ଚର, କିଡ଼ନି ଟେଷ୍ଟ, ସିବିସି ଏବଂ ଗର୍ଭଧାରଣ ସµର୍କୀତ ଟେଷ୍ଟ ଅତ୍ୟାଧୁନିକ ମେସିନ ଦ୍ବାରା କରାଯିବ ବୋଲି ଡ. ଛୋଟରାଏ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅନ୍ୟାନ୍ୟ ଡାଇଗ୍ନୋଷ୍ଟିକ କେନ୍ଦ୍ର ଗୁଡ଼ିକରେ ପ୍ରାୟ ବିନା ପ୍ରଶିକ୍ଷିତ ଏବଂ ଅନଭିଜ୍ଞ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରାଯାଇ ରିପୋର୍ଟ ଦିଆଯାଉଥିବା ବେଳେ ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ କେନ୍ଦ୍ରରେ ଓଡ଼ିଶାର ସୁନାମଧନ୍ୟ ପ୍ୟାଥୋଲୋଜି ଏବଂ ମାଇକ୍ରୋବାଏଲୋଜି ବିଶେଷଜ୍ଞ ଡାକ୍ତର ଗୁରୁପ୍ରସାଦ ଛୋଟରାଏଙ୍କ ପ୍ରତ୍ୟକ୍ଷ ତ୍ବାବଧାନରେ ଟେଷ୍ଟ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି। ଯାହାକି ଅନ୍ୟ ଲ୍ୟାବ୍ ରିପୋର୍ଟ ଠାରୁ ଲାଇଭ୍େଓ୍ବଲ ରିପୋର୍ଟର ଗୁଣବା ଓ ବିଶ୍ବସନୀୟତା ବହୁ ଅଧିକ। ୧୫ ନଭେମ୍ବର ଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଡାଇବେଟିକ, ସୁଗାର ଟେଷ୍ଟର ସୁବିଧା େଯାଗାଇ ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ କେନ୍ଦ୍ରରେ ମୋଟୋଲୋଜି ଟେଷ୍ଟ ପାଇଁ ହର୍ବିୟା-୬ ପାର୍ଟ ମେସିନ ସ୍ଥାପନ କରାଯାଇଥିବା ବେଳେ ଡାଇବେଟିକ, ଲିପିଡ଼ ପ୍ରୋଫାଇଲ, ରେନାଲ ଫଙ୍କସନ ବେଷ୍ଟ, ପାନକ୍ରିୟାଟିକ୍ ଏବଂ କାର୍ଡିଆକ୍ ଏନ୍ଜାଇମ୍, ଇଲେକ୍ଝ୍ରୋଲାଇବସ୍ ଏବଂ ଲିଭର ଫଙ୍କସନ ପାଇଁ ବିଟି-୧୫୦୦ ଭଳି ଅତ୍ୟାଧୁନିକ ମେସିନ ଲଗାଯାଇଛି। ଥାଇରଏଡ଼, ଟୁ୍ୟମର ମାର୍କର, ଇମୁ୍ୟନୋଏସ୍, ଭିଟାମିନ ଏସ୍, ଫର୍ଟିଲଟି ପ୍ରୋଫାଇଲ ଆଦି ପରୀକ୍ଷା ପାଇଁ ରୋଚି ହିଟାଚି ଭଳି ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଛି। ଏହା ଦ୍ବାରା ରୋଗୀ ତଥା ଲୋକମାନେ ଲାଇଭ୍େଓ୍ବଲରେ ନିର୍ଭୁଲ ରିପୋର୍ଟ ପାଇ ପାରିବେ। ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଆପୋଲୋ ହସ୍ପିଟାଲର ସେ୍ରାଲ ଲ୍ୟାବରେଟୋରୀର ମୁଖ୍ୟ ଡ. ଦୀପିକା ମହାନ୍ତି ସମ୍ମାନିତ ଅତିଥି ଭାବରେ େଯାଗ ଦେଇ ଲାଇଭ୍େଓ୍ବଲ ଡାଇଗ୍ନୋଷ୍ଟିକ ଭଳି ପ୍ୟାଥୋଲ୍ୟାବ ଦ୍ବାରା ଭଦ୍ରକ ଜିଲ୍ଲାର ଲୋକ ବହୁ ଉପକୃତ ହେବେ ବୋଲି କହିଥିଲେ।
Related Stories
November 23, 2024