ଭୁବନେଶ୍ୱର – ଖଣ୍ଡଗିରି ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ର ମିଳିତ ସହଯୋଗରେ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡାର ଘର ପୁରୀ ଜିଲ୍ଲା ବଳଙ୍ଗା ଅଂଚଳରେ । ତା’ ନିକଟରୁ ୩୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିବା ନେଇ ଡିସିପି ଅନୁପ ସାହୁ ପ୍ରକାଶ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଉଦ୍ଧ୍ୱର୍ ହେବ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ତା ନିକଟରୁ ଏକ ବାଇକ୍, ୫ଟି ମୋବାଇଲ୍, ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ସନ୍ତୋଷ ନାମରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ଅଂଚଳରେ ତା’ର ଏଜେଂଟ ମାନଙ୍କ ମାଧ୍ୟମରେ ଏହାକୁ ସପ୍ଲାଇ କରିଥାଏ । ଭୁବନେଶ୍ୱରରେ ତା’ ନାମରେ କୌଣସି ମାମଲା ରହିଛି କି ବୋଲି ପ୍ରଶ୍ନର ଉତରରେ ଶ୍ରୀ ସାହୁ କହିଥିଲେ ଯେ, କେଉଁଠାରୁ ସେ ମାଲ୍ ଆଣେ ଏବଂ କାହାକୁ ଦିଏ ତାର ପୂର୍ଣ୍ଣାଙ୍ଗ ତଥ୍ୟ ସଂଗ୍ରହ କରାଯିବ । ଏଥିପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଥିଲେ ।