
ଭୁବନେଶ୍ୱର, କାରଗିଲ ବିଜୟ ଦିବସ ବଳିଦାନୀ ମାନଙ୍କୁ ନମନ କରିଛନ୍ତି କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ କରି କହିଛନ୍ତି ଯେ – କାରଗିଲ ବିଜୟ ଦିବସ ଭାରତୀୟ ସେନାର ଅଦଭୁତ ପରାକ୍ରମ, ଭାରତର ସ୍ୱାଭିମାନ ଓ ଦୃଢ ନେତୃତ୍ୱର ପ୍ରତୀକ ଅଟେ । ମାତୃଭୂମି ପାଇଁ ନିଜର ସର୍ବସ୍ୱ ଅର୍ପଣ କରି କାରଗିଲର ଦୁର୍ଗମ ପାହାଡିଆ ଅଂଚଳ ଗୁଡିକରେ ପୁଣି ଥରେ ତିରଙ୍ଗା ଲହରାଇଥିବା ବୀର ମାନଙ୍କୁ ମୁଁ ନମନ କରୁଛି । ଦେଶ ଏଭଳି ବରପୁତ୍ରଙ୍କ ସମର୍ପଣ, ଶୌର୍ଯ୍ୟ ଓ ବଳିଦାନ ପାଇଁ ସବୁବେବେଳେ ଋଣୀ ରହିବ ।