
ଭୁବନେଶ୍ୱର, ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଗୁଡିକର ନିର୍ମାଣରେ ଅହେତୁକ ବିଳମ୍ବ, ରାସ୍ତା ଖରାପ ହେବା ପରେ ଏହାର ଗୁଣବତା ଠିକ ନ ରହିବା ଓ ମରାମତି ଠିକ ସମୟରେ ନ ହେବାକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ବିଧାୟକ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ ଉପରେ ପ୍ରଶ୍ନକାଳରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।
ବିଧାୟକ ଅମର ସତପଥୀ ଓ ପ୍ରଫୁଲ୍ଲ ସାମଲ ସେମାନଙ୍କର ପ୍ରଶ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରା ଯାଉଥିବା ରାସ୍ତା ଗୁଡିକର ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଓ ରାସ୍ତାର ଗୁଣବତା ଠିକ ନ ଥିବା ପ୍ରଶ୍ନ ଉଠାଇଥିଲେ । ସେହିପରି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୂପିନ୍ଦର ସିଂହ, ତାରା ପ୍ରସାଦ ବାହିନୀପତି, ସୌଭିକ ବିଶ୍ୱାଳ, ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ ମୁଦୁଲୀ ପ୍ରମୁଖ ବିଭିନ୍ନ ପ୍ରଶ୍ନ କରିଥିଲେ ।