ଭଦ୍ରକ – ଭଦ୍ରକ ଶିକ୍ଷା ବିଭାଗରେ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଚୟନରେ ଅନିୟମିତତାର ଅଭିେଯାଗ କରିଛନ୍ତି ଭଦ୍ରକ ବ୍ଲକ୍ ଅଧୀନସ୍ଥ ତିଶଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଓ ଅସୁରା ରାହାଞ୍ଜ ଗ୍ରାମର ଗ୍ରାମବାସୀମାନେ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଆଜି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ବାଲଗୋପାଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତିଶଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ଆବାହକ ତଥା ଗ୍ରାମ୍ୟ କମିଟିର ସଂପାଦକ ମଦନ ମୋହନ ପରିଡାଙ୍କ ଅଧ୍ଯକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ଯକ୍ଷ ଗୌରୀବଲ୍ଲଭ ପାଢୀ, ପୂର୍ବତନ ଅଧ୍ଯକ୍ଷ ପ୍ରଶାନ୍ତ ଲେଙ୍କା ଓ ଗଜେନ୍ଦ୍ର ନାୟକ, ସୁଶାନ୍ତ କବି, ସଂଜୟ କୁମାର ଲେଙ୍କା, ଉମେଶ କବି, ବିନାୟକ ପାଢୀ ଓ ଯଶୋଦା ଗାହାଣଙ୍କ ସମେତ ବହୁ ଗ୍ରାମବାସୀ େଯାଗଦେଇଥିଲେ। ସେମାନଙ୍କ ଅଭିେଯାଗ ମୂଳେ ଓପେପାଙ୍କ ଚିଠି ନଂ ୬୮୨୯ ଅନୁସାରେ ଓଏସ୍ୟୁପି / ୨୦୧୯ ମୂଳେ ଭଦ୍ରକ ଜିଲାର ସ୍ବଚ୍ଛ ବିଦ୍ୟାଳୟର ପୁରସ୍କାର ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ ସେମାନଙ୍କ ବିଦ୍ୟାଳୟ ଅନ୍ଲାଇନ୍ରେ ଆବେଦନ କରିଥିଲେ। ଏବଂ ପରବର୍ୀ ସମୟରେ ତାଙ୍କ ବିଦ୍ୟାଳୟ ୯୫ ପ୍ରତିଶତ ସ୍କୋର କରିଥିଲା। ଏବଂ ଜିଲାର ସମୁଦାୟ େଯଉଁ ୧୨ଟି ସ୍କୁଲକୁ ଫାଇଭ୍ ଷ୍ଟାର ର୍ୟାକିଂ ପ୍ରଦାନ କରାଯାଇଥିଲା, ସେଥିରେ ତିଶଳପୁର ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିଲା। କିନ୍ତୁ ଇତିମଧ୍ଯରେ ଶିକ୍ଷା ବିଭାଗର ତଂଚକତା େଯାଗୁଁ ଉକ୍ତ ତାଲିକାରେ ନଥିବା ଅନ୍ୟ ଏକ ବିଦ୍ୟାଳୟକୁ ଓଏସ୍ଭିପି ୨୦୧୯ ପୁରସ୍କାର ପାଇଁ ଭଦ୍ରକ ଜିଲାରୁ ମନୋନୀତ କରାଯାଇଥିବା ବିଷୟ ସେମାନେ ଜାଣିବାକୁ ପାଇଥିଲେ। େଯଉଁ ପୁରସ୍କାର ଆଜି ଭୁବନେଶ୍ବରରେ ଉକ୍ତ ବିଦ୍ୟାଳୟକୁ ପ୍ରଦାନ କରାଯାଉଛି। ଏଣୁ ଶିକ୍ଷା ବିଭାଗର ଏଭଳି ତକତାକୁ ନେଇ ପରିଚାଳନା କମିଟିର କର୍ମକର୍ା ଓ ଗ୍ରାମବାସୀମାନେ ଏ ସଂପର୍କରେ ଜିଲା ବିଭାଗୀୟ ଅଧିକାରୀଙ୍କ ସମେତ ରାଜ୍ୟ ଶିକ୍ଷାବିଭାଗର ଉଚ୍ଚ ପଦାଧିକାରୀ ଓ ବିଭାଗୀୟ ମନ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ରୀଙ୍କ ପର୍ଯ୍ୟନ୍ତ ଟ୍ବିଟ୍ େଯାଗେ ଜଣାଇଛନ୍ତି। ଏବଂ ଏ ଦିଗରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ଆଗାମୀ ଦିନରେ ବିଦ୍ୟାଳୟରେ ଚାବି ପକାଇ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ବାଧ୍ଯ ହେବେ ବୋଲି ଚେତାବନୀ ଦେଇଛନ୍ତି।
Related Stories
November 23, 2024