ଭୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଓଡିଶା ରାଜ୍ୟପାଳ । ଗତକାଲି ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆଜି ଶ୍ରୀମତୀ ମୁର୍ମୁଙ୍କୁ ବିଭିନ୍ନ ରାଜ୍ୟର ରାଜ୍ୟପାଳ ସାକ୍ଷାତ କରିଛନ୍ତି । ଏହି କ୍ରମରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହାପରେ ରାଜ୍ୟପାଳ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଥିଲେ ।
Related Stories
November 24, 2024
November 24, 2024