ଭୁବନେଶ୍ୱର, ବାବୁସାନ୍ -ପ୍ରକୃତି- ତୃପ୍ତି ବିବାଦ ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ଖାରବେଳନଗର ପୋଲିସ୍ । ଘଟଣାର ୩ ଦିନ ପରେ ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ପୋଲିସ୍ ତାଙ୍କୁ ପଚରାଉଚରା କରିଛି । ଖାରବେଳନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ମଙ୍ଗଳବାର ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଂଚିଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ବାପା ମାଙ୍କ ଉପସ୍ଥିତିରେ ପ୍ରାୟ ଘଂଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ପୋଲିସ୍ ।
ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି ପୋଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି । ଯାହା ଉତର ଦେବା କଥା ପ୍ରକୃତି ଦେଇ ସାରିଛି । ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି । ଆମେ ଚେନ୍ନାଇରେ ବାବୁସାନ୍ ଙ୍କୁ ଭେଟିଥିଲୁ । ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି । ସେ ମାନସିକ ସ୍ତରରେ ଶାନ୍ତିରେ ଅଛି ।
ପ୍ରକୃତିଙ୍କ ସମେତ ପୋଲିସ୍ ଏହି ଘଟଣାରେ ସମୁଦାୟ ୮ ଜଣଙ୍କୁ ପଚରାଉଚରା କରିସାରିଥିବା ବେଳେ ବାବୁଶାନ କେବେ ଫେରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।