କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରବିବାର ଅପରାହ୍ନରେ ଭକ୍ତ ସାଲବେଗ ପୀଠ, ଵଳଗଣ୍ଡି, ପୁରୀଠାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଧାମାଧବ ରଥଙ୍କ ଶିଶୁ କିଶୋର ଉପନ୍ୟାସ “ଡାକୁଛି ଗାଁ ମାଟି” ଉନ୍ମୋଚିତ ହୋଇଅଛି । ଶ୍ରୀ ଶ୍ୟାମପ୍ରକାଶ ସେନାପତିଙ୍କ ସ଼°ଯୋଜନା ଏବଂ କବି ଦାମୋଦର ମହାନ୍ତିଙ୍କର ସଭାପତିତ୍ବରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର – ମୂଖ୍ୟ ଅତିଥି, ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ରଥ – ମୂଖ୍ୟ ବକ୍ତା, ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି – ସମ୍ମାନିତ ଅତିଥି ଏବଂ ଅନ୍ୟତମ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ ପଲ୍ଲିର ପ୍ରକୃତି, ଗ୍ରାମ୍ୟ ପରିବେଶ, ଭାଗବତ ଟୁଙ୍ଗି, ସାମାଜିକ ରିତିନୀତି ଏବଂ ସହରୀ ସଭ୍ୟତାରେ ବାୟୁ ଓ ଜଳ ପ୍ରଦୂଷଣ ଦେଖାଦେଉଛି ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ରାଧାମାଧଵ ରଥଙ୍କ ଦୁଇ କନ୍ୟା ଶ୍ରୀମତୀ ତାରା ନନ୍ଦିନୀ ରଥ ଏବଂ ଶ୍ରୀମତୀ ତାରେଣୀପ୍ରଭା ରଥ ଏବଂ ଦୁଇ ସୁଯୋଗ୍ୟ ଜାମାତା ଶ୍ରୀଯୁକ୍ତ ଅକ୍ଷୟ କୁମାର ଓ ଶ୍ରୀଯୁକ୍ତ ସତ୍ୟବ୍ରତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ରଥଙ୍କ ସହଧର୍ମିଣୀ ଶ୍ରୀମତୀ ଅନସୂୟା ରଥ “ଡାକୁଛି ଗାଁ ମାଟି” ବହିର ପ୍ରକାଶିତ । ପରିଶେଷରେ କ୍ରୀଷ୍ଣା ମହାପାତ୍ର ଏବଂ ଵିଚିତ୍ରା ଦାଶଙ୍କ ସ଼°ଯୋଜନାରେ ଏକ ମନୋରମ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଉପସ୍ଥିତ ହୋଇ ସ୍ବରଚିତ କବିତାମାନ ପାଠ କରିଥିଲେ। କବି ଜନରଞ୍ଜନ ପ୍ରଧାନ, ସୁରେଶ ପଟ୍ଟନାୟକ, ଭାରତୀ ଭୂଷଣ ଦାସ, କମଳ କୁମାର ଦାଶ, ରବୀନ୍ଦ୍ରନାଥ ପଟ୍ଟନାୟକ, କାଶିନାଥ ଖୁଣ୍ଟିଆ, ବିଜୟ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ରାମଚନ୍ଦ୍ର ସାହୁ, ସଦାଶିବ ମିଶ୍ର, ବାଳକୃଷ୍ଣ ବେହେରା, ଆଲୋକ ପ୍ରଧାନ, ମୀନତୀ ମିଶ୍ର, ଚନ୍ଦ୍ରଶେଖର ନାୟକ, ଉର୍ମିଳା ସାମନ୍ତରାୟ, ସୁଵାସିନି ଧଳ, ଆର୍ତ୍ତତ୍ରାଣ ମାନସିଂହ, ରୋଜାଲିନ ପଣ୍ଡା, ପ୍ରିୟଙ୍କା ପଣ୍ଡା, କାଳିପ୍ରସାଦ ପୃଷ୍ଟି, ବଳରାମ ରେଡ଼୍ଡି, ସ୍ଵାଗତା ମହାପାତ୍ର, ଶ୍ରୀମତୀ ସୁମିତ୍ରା ସାହୁ, ଉମାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।
Related Stories
November 24, 2024
November 24, 2024