ପୁରୀ – ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । ଯୁବ ସମାଜ ଜାଗ୍ରତ ହେଲେ ଦେଶ ଜାଗ୍ରତ ହେବ । ଭବିଷ୍ୟତର ଭାରତ ଯୁବକ ମାନଙ୍କ ପ୍ରଗତି ଉପରେ ନିର୍ଭର କରେ ବୋଲି ନେହେରୁ ଯୁବ କେନ୍ଦ୍ର ପ୍ରତିÂା ଉତ୍ସବ ୍ରବସରରେ ବୁଧବାର ଅମଳା କ୍ଲବ ପରିସରରେ ଆୟୋଜିତ ଉତ୍ସବରେ ମତ ପ୍ରକାଶ ପାଇଥିଲା । ଏଥିରେ ଏନୱାଇକେ ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ ଅଧ୍ୟକ୍ଷତା କରିଥବଲେ । ବାୟୁସେନା ସେବା ନିବୃତ ଅଧିକାରୀ ମନୋରଂଜନ ସାହୁ ମୁଖ୍ୟ ଅତିଥି, ସାମାଜିକ କର୍ମୀ ପ୍ରଭାତ ପାଣିଗ୍ରାହୀ, ମୁଖ୍ୟ ବକ୍ତା, ଅଧ୍ୟାପିକା ସସ୍ମିତା ନାୟକ, ପୂର୍ବତନ ଅଧ୍ୟାପକ ସୁକାନ୍ତ ମହାନ୍ତି, ଯୁବ ସଂଗଠକ ପ୍ରଭାତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥବ ଶ୍ରୀ ସାହୁ କହିଲେ ଯେ, ଦେଶର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି । ବ୍ୟକ୍ତି ନିର୍ମାଣ ଦ୍ୱାରା ରାଷ୍ଟ୍ର ନିର୍ମାର ସମ୍ଭବ । ମୁଖ୍ୟ ବକ୍ତା ପାଣିଗ୍ରାହୀ କହିଲେ ଯେ, ରାଷ୍ଟ୍ର ଗଠନରେ ଯୁବକ ମାନଙ୍କ ପ୍ରମୁଖ ଭୂମିକା ରହିଛଇ । ଅତୀତର ଗର୍ଭରୁ ଭବିଷ୍ୟତ ଜନ୍ମ ନେଇଥାଏ । ଅତୀତର ଭୁଲକୁ ସୁଧାର କରି ଆଗକୁ ବଢ଼ିବାକୁ ଚେଷ୍ଟା କର । ରାଷ୍ଟ୍ର ଓ ମାତୃଭୂମିକୁ ଭଲ ପାଅ । ରାଷ୍ଟ୍ରୀୟତା ହେଉଛି ଭାରତୀୟତା ବୋଲି ସେ କହିଥିଲେ । ରାଷ୍ଟ୍ର ପ୍ରତି ସମର୍ପଣଭାବ ରଖ । ଅଧ୍ୟାପକ ଶ୍ରୀ ମହାନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଗଠନମୂଳକ ସମାଜ ଦିଗରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ନାୟକ ଓ ଶ୍ରୀ ମହାପାତ୍ର ଅନ୍ତନିିର୍ହିତ ପ୍ରତିଭା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ । ଏନୱାଇକେ ସଂଯୋଜକ ଯୋଶୀ ସଭାପତିତ୍ୱ ଭାଷଣରେ ନେହେରୁ ଯୁବ କେନ୍ଦ୍ରର ଲକ୍ଷ୍ୟ ଉଦେ୍ଧଶ୍ୟ ସମ୍ପର୍କରେ କହିଥିଲେ । ବେବିନା ବେହେରା ମଂଚ ପରିଚାଳନା କରିଥିଲେ । ଏନୱାଇଭି ସୌଭାଗ୍ୟ ଦାଶ, ତାରା ପ୍ରସାଦ ଦାଶ, ଶିବାନ୍ଦ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଏନୱାଇଭି, କଲେଜ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । ଶେଷରେ ନୃତ୍ୟଗୁରୁ ଅଶୋକ ଦାଶଙ୍କ ନିଦେ୍ର୍ଧଶନାରେ ଯୁବ ନୃତ୍ୟଶିଳ୍ପୀ ରୋଜାଲିନ ପଣ୍ଡା ମଧୁରାଷ୍ଟ୍ରକମ, ଶିଶୁ ନୃତ୍ୟଶିଳ୍ପୀ ସ୍ୱିକୃତୀ ମହାପାତ୍ର ଯମୁନା ପାଣିରେ ଲାଗିଯିବ ନିଆଁ ଭଜନ ନୃତ୍ୟ, ସୁନିତା ସାହୁଙ୍କ ସ୍ମୃତି ସ୍ମରଣିକା ଜଗଦେବ ରାୟ ମିଳିତ ଭାବେ ନବଦୁର୍ଗା ନୃତ୍ୟ ପରିବେଷଣ କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ ।