ମାଲକାନଗିରି, ମାଲକାନଗିରି ସଦର ମହକୁମା ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ମୁଖ୍ଯ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ମୁଖ୍ଯବକ୍ତା ରୂପେ ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ, ସମ୍ମାନିତ ଅତିଥି ରୂପେ ମାଲକାନଗିରି ମହାବିଦ୍ଯାଳୟର ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ବାଇଁ, ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, କବି ସୁକୁମାର ବିଶ୍ବାଳ ମଞ୍ଚାସୀନ ଥିବା ବେଳେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିଲେ।
ସଂପାଦକ ଅନନ୍ତ କିଶୋର ନନ୍ଦ ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଉତ୍କଳ ସାହିତ୍ଯ ସଂସଦ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ଯୁସିତ ଅଞ୍ଚଳରେ ନିରବଛିନ୍ନ ଭାବରେ ଓଡିଆ ଭାଷାର ପ୍ରଚାର ପ୍ରସାର ଏବଂ କବି କବୟିତ୍ରୀଙ୍କୁ ସୃଷ୍ଟି କରିବା ସହ ସେମାନଙ୍କ ସ୍ବରଚିତ କବିତାକୁ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ସମୟରେ କବିତା ଆସରମାନ ଆୟୋଜନ କରିବା ସହ କବି ଏବଂ କବୟିତ୍ରୀମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଆସୁଥିବା ସଭାପତି କେଶବ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିଲେ। ମୁଖ୍ଯ ଅତିଥି କୃପାସିନ୍ଧୁ ବେହେରା ଓଡିଶାର ଭାଷା, ସାହିତ୍ଯ, ସଂସ୍କୃତି, ସ୍ଥାପତ୍ଯ, ଐତିହ୍ଯ ସମଗ୍ର ଭାରତରେ କେତେ ମହାନ ସେ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିବା ସହ ଉତ୍କଳ ସାହିତ୍ଯ ସଂସଦର ସଭାପତି କେଶବ ଚନ୍ଦ୍ର ନାୟକଙ୍କ ଓଡିଆ ସାହିତ୍ଯର ଉନ୍ନତି କଳ୍ପେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଜଗନ୍ନାଥ ପ୍ରସାଦ ବିଷୋୟୀ କହିଲେ ଯେ, ନିଜେ ଜଣେ ବନ ବିଭାଗର କର୍ମଚାରୀ ହେଲେ ମଧ୍ୟ ଓଡିଆ ସାହିତ୍ଯକୁ ଅତି ଭଲ ପାଏ, ଓଡିଆ ପୁସ୍ତକ ପଠନ ଲାଗି ସେ ସର୍ବଦା ବ୍ଯାକୁଳ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀ ଉତ୍କଳ ସାହିତ୍ଯ ସଂସଦ ତରଫରୁ ଉତ୍ତମ ସେବା ପାଇଁ ଉତ୍ତମ ବନାଞ୍ଚଳ ଅଧିକାରୀ ସମ୍ମାନ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟକୁ ଉତ୍ତମ ଶିକ୍ଷା ସମ୍ମାନ, ଉତ୍ତମ ସେବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୋଳାନାଥ ବିଶ୍ବାସଙ୍କୁ ପୁରସ୍କୃତ କରାଯାଇଥିଲା। ସାହିତ୍ଯ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଟିଆ ରତ୍ନ ବଂଶୀଧର ମହାରଣା, ସୁକୁମାର ବିଶ୍ବାଳଙ୍କୁ ଉତ୍କଳ ସାହିତ୍ଯ ସଂସଦ ତରଫରୁ ମାନପତ୍ର ଫଳକ ଦେଇ ସ୍ମାନିତ କରାଯାଇଥିଲା। ଏହି ମଞ୍ଚରେ ଉତ୍କଳ ସାହିତ୍ଯ ସଂସଦର ସଭାପତି କେଶବ ଚନ୍ଦ୍ର ନାୟକଙ୍କୁ ତାଙ୍କ ଆଜୀବନ ସାହିତ୍ଯ ସେବା ପାଇଁ କଟକ ମଧୁମାଟି ସାହିତ୍ଯ ଅନୁଷ୍ଠାନରୁ ପ୍ରଦତ ମଧୁଶ୍ରୀ ସମ୍ମାନରେ ସମ୍ମାନିତ କରିବା ସହ କୋରାପୁଟ (ସେମିଳିଗୁଡା) ସାହିତ୍ଯ ଅନୁଷ୍ଠାନରୁ ଜୀଲନବ୍ଯାପି ସାହିତ୍ଯ ସେବା ପାଇଁଉତ୍କଳ ରତ୍ନସମ୍ମାନରେ ସମ୍ମାନିତ କରାଯାଇ ପୁରସ୍କୃତ କରଯାଇଥିଲା। ସର୍ବଶେଷରେ ବର୍ଷା କବିତା ଆସରକୁ ଯେଉଁ କବି ଏବଂ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରି ଆସରକୁ ସରସ ସୁନ୍ଦର କରିଥିଲେ, ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
ଶେଷରେ ସଂପାଦକ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ। ବର୍ଷା ସାହିତ୍ଯ ଆସରକୁ ପରିଚାଳନାରେ ଦିବ୍ଯରଞ୍ଜନ ପାଣିଗ୍ରାହୀ, ଦୁର୍ଯ୍ଯୋଧନ ମହାରଣା ଏବଂ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ ପୂର୍ଣ୍ଣ ସହଯୋଗ କରିଥିଲେ।