କନ୍ଧମାଳ, ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁ ଛନ୍ତି ଅଙ୍ଗନବାଡି ଦିଦି ଦମୟନ୍ତୀ କହଁର । ଦମୟନ୍ତୀ ହେଉଛନ୍ତି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କ୍ରାଣ୍ଡିବାଲି ଅଂଚଳର ଅଙ୍ଗନବାଡି କର୍ମୀ। ତେଵେ ବର୍ଷା ଦିନ ଆସିଲେ ତାଙ୍କ ଅଂଚଳରେ ଥିବା ବାଘନଦୀରେ ବନ୍ୟାଜଳ ଆସିବା ଫଳରେ କଙ୍ଗିମେଣ୍ଡିର ୩ ଟି ଗାଁ ବିଛିନ୍ନ ହୋଇଯାଉଛି । ହେଲେ ସେ ସମୟରେ ମଧ୍ୟ ଦିଦି ନଦୀ ପାର ହୋଇଯାଇ ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ନେଉଛନ୍ତି। ଯାହାକି ସମ୍ପୂର୍ଣ କଷ୍ଟସାଧ୍ୟ ବୋଲି ସରପଞ୍ଚ ଳକ୍ଷ୍ମୀ କହଁର ଓ ନାଏବ ସରପଞ୍ଚ ଦାମୋଦର କହଁର କହିଛନ୍ତି । ନଦୀ ସେପଟେ ୩୫ ରୁ ଉର୍ଦ୍ଧ ଘର ରହିଛି । ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବା ସରପଞ୍ଚ ଦମୟନ୍ତୀ କହଁର ଅଭିଯୋଗ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।