କନ୍ଧମାଳ, ସୁଦୂର ସିକନ୍ଦ୍ରାବାଦରୁ ଚୋରି କରି ଫୁଲବାଣୀରେ ଧରାପଡ଼ିଲା ସୁନା ଚୋର। ଅଭିଯୁକ୍ତ ଜଣକ ହେଲା ଚକାପାଦ ବ୍ଲକ ଅନ୍ତର୍ଗତ ରୂପାଗାଁର ହିତ୍ରିକ ପ୍ରଧାନ। ଖବରରୁ ପ୍ରକାଶ ଯେ, ହିତ୍ରିକ ଆନ୍ଧ୍ର ପ୍ରଦେଶର ସିକନ୍ଦ୍ରାବାଦ ମାର୍କେଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଜୈନିକ ମହିଳାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଘରେ ପଶି ମହିଳାଙ୍କ ବେକରୁ ୬୦ ଗ୍ରାମ ଓଜନର ସୁନା ହାର ଓ ଲକେଟ ଜୋର ଜବରଦସ୍ତ ଛଡେଇ ଆଣି ଫେରାର ହୋଇଯାଇଥିଲା। ଏନେଇ ସିକନ୍ଦ୍ରାବାଦ ଷ୍ଟେସନ ମାର୍କେଟ ପୋଲିସ ଥାନାରେ ୧୪୨/୨୩/୧୨/୨୦୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିଲା ସିକନ୍ଦ୍ରାବାଦ ପୋଲିସ। ହିତ୍ରିକ ସିକନ୍ଦ୍ରାବାଦ ଷ୍ଟେସନ ରୋଡରେ ଏକ ଫାଷ୍ଟ ଫୁଡ଼ ଦୋକାନରେ କାରିଗର ଭାବେ କାମ କରୁଥିଲେ। ସେଠାରୁ ଚୋରି କରି ଫୁଲବଣୀର ମାଦିକୁନ୍ଦା ଛକ ନିକଟସ୍ଥ ଏକ ସୁନା ଦୋକାନରେ ବିକିବାକୁ ଆସିଥିବାବେଳେ ଦୋକାନୀଙ୍କର ସନ୍ଦେହ ହୋଇଥିଲା। କାରଣ ୫୦ ଗ୍ରାମ ସୁନା ବିକିବାକୁ କହି ଦୁଇ ଲକ୍ଷ ଦାମର ସୁନାକୁ ଏକ ଲକ୍ଷ ଟଙ୍କା ଦେଲେ ଵିକିବି କହିବାରୁ ଦୋକାନୀଙ୍କର ସନ୍ଦେହ ହୋଇଥିଲା। ଦୋକାନୀ ଏ ନେଇ ଫୁଲବାଣୀ ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀଙ୍କୁ ଖବର ଦେଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଯାଇ ଅଭିଯୁକ୍ତକୁ ଆଣି ଥାନାରେ ପଚରା ଉଚରା କରିଥିଲା। ପରେ ପୋଲିସ ସିକନ୍ଦ୍ରାବାଦରୁ ଚୋରି ହୋଇଥିବା ଜାଣି ସେଠାକାର ପୋଲିସକୁ ଖବର ଦେଇଥିଲା। ରବିବାର ବିଳମ୍ବିତ ରାତିରେ ଆନ୍ଧ୍ର ପୋଲିସ ଆସି ଫୁଲବଣୀରୁ ଅଭିଯୁକ୍ତ ହିତ୍ରି କୁ ନେଇଯାଇଛନ୍ତି। ତେବେ ଏହି ଘଟଣାରେ ଅନ୍ୟ ଜଣେ ସମ୍ପୃକ୍ତ ଥିବା କହିଛି ସିକନ୍ଦ୍ରାବାଦ ପୋଲିସ।
Related Stories
November 1, 2024