-
ଖଣିଜ ପାଣ୍ଠି ଶୂନ – ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା,
ପୁରୀରେ ଚାଲିଛି ଅନେକ ବିକାଶ ମୂଳକ କାର୍ଯ୍ୟ ଶ୍ରୀସେତୁ, ୩ଟି ମାର୍କେଟ କମ୍ପ୍ଲେକ୍ସ ଓ ସତ୍ୟବାଦିରେ ଓଡ଼ିଆ ବିଶ୍ୱ ବିଦ୍ୟଳୟ, ସବୁ କାର୍ଯ୍ୟରେ ଗୋଡି, ବାଲି, ପଥରରେ କାର୍ଯ୍ୟ ଚାଲିଛି ହେଲେ ତହସିଲ ଏବଂ ପୁରୀର ଖଣିଜ ପାଣ୍ଠି ଖାଲି ପଡିଛି | ନିୟମ ଅନେକ ରହିଛି ହେଲେ ପୁରୀ ପ୍ରଶାସନ କୌଣସି ନିୟମ କୁ କାର୍ଯ୍ୟକାରୀ କରୁ ନାହାନ୍ତି | ପୋତା ବାଲି ଉଠାଇବା ପାଇଁ “ୱାଇ ଫର୍ମ” ସହ ତହସିଲ ଠାରୁ ସରକାରୀ ରୟାଲ୍ଟି କାଟିବା ଦରକାର ହେଲେ ସେ ସବୁରେ ବ୍ୟତିକ୍ରମ ଦେଖାଯାଉଛି | ଯାହା ଦ୍ୱାରା ପୁରୀରେ ବାଲି,ଗୋଡି ଓ ପଥର ମାଫିଆଙ୍କ ରାଜୋତି ଚାଲିଛି | ଗୋଟେ ଗାଡିର ରୟାଲ୍ଟି କାଟି ୧୦ଟି ଗାଡ଼ିରୁ ରୟାଲ୍ଟି ନକାଟି ରୋଜଗାର କରୁଛନ୍ତି | ପୁରୀର ଅନେକ ସ୍ଥାନରୁ ଏବେ ମାଟି ଓ ବାଲି ଚୋରା ଚାଲାଣ ଚାଲିଛି | ସରକାର ବା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀସେତୁ ନିମନ୍ତେ ଦରକାର ପଡୁଥିବା ୧ଲକ୍ଷରୁ ଉର୍ଦ୍ଧ ବାଲି ଟ୍ରିପ ବାବଦକୁ ପୁରୀ କୋଣାର୍କ ରୋଡ କୁଶଭଦ୍ରା ନଦୀ ପଠା ଓ ଭାର୍ଗବୀ ନଦୀ ପଠାରୁ ବାଲି ଚଲାଣ ହେଉଛି | ପ୍ରଶାସନ ଜଣେ ମାତ୍ର ବ୍ୟକ୍ତି ଯିଏ ଟ୍ରକ ସଂଘ ସହ ଜଡିତ ନିଜର ମଧ୍ୟ ଅନେକ ବଡ ଟ୍ରକ ରହିଛି ଏବଂ ବାଲି ଓ ଗୋଡି ମାଫିଆ ରୂପେ ପୁରୀ ସହର ଯାହାଙ୍କୁ ଜାଣିଛି ଏଭଳି ଗୋଟେ ସଂଘ ଏବଂ ମାଫିଆଙ୍କୁ କିଭଳି ପ୍ରଶାସନ ଦାଇତ୍ୱ ଦେଇ ଚୁପ ବସିଛି | କେବଳ ବିକାଶ ମୂଳକ କାର୍ଯ୍ୟ ଶ୍ରୀ ସେତୁ ରେ ଦରକାର ପଡୁଥିବା ୧ଲକ୍ଷରୁ ଅଧିକ ଟ୍ରିପ ବାଲି ନିମନ୍ତେ ପ୍ରଶାସନ ବାଲି-ଘାଟ ଖୋଲିଲେ | ହେଲେ ଏଠାରୁ ରାତ୍ରି ସମୟରେ ଚୋରା ଚାଲାଣ ହୋଇ ସାକ୍ଷୀଗୋପାଳ ଏବଂ ଅନ୍ୟ ବିଭିନ୍ନ ପ୍ରାଇଭେଟ ସଂସ୍ଥା କାର୍ଯ୍ୟରେ କିଭଳି ଏଠାରୁ ବାଲି ଯାଉଛି ଏଥି ପ୍ରତି କାହିଁକି ନିଘା ନାହିଁ | ଗଲା ୨୧ ଓ ୨୨ ତାରିଖରେ ସତ୍ୟବାଦୀ ଥାନାରେ ମଧ୍ୟ ବାଲି ଓଭରଲୋଡ ଟ୍ରକ ମଧ୍ୟ ଧରା ହୋଇଥିବା ସୂଚନା ରହିଛି | ପ୍ରତ୍ୟକ ଦିନ ପୁରୀ ସହରକୁ ହଜାର ହଜାର ବେଆଇନ ମୋରମ, ବାଲି, ଗୋଡି, ଇଟା ପ୍ରଭୁତିର ଓଭରଲୋଡ ଗାଡି ପୁରୀ ଆସୁଛି ହେଲେ ପୁରୀ ତହସିଲରେ କୌଣସି ରୟାଲ୍ଟି କଟାଯାଉନି | ସରକାରୀ ଅର୍ଥ ଓ ଖଣିଜ ହଡପ କରି ମାଫିଆ ମାନେ ମାଲାମାଲ ହଉଥିବା ବେଳେ କିଛିଜଣ ପ୍ରଶାସନିକ ଅଧିକାରୀ ଏଥିରେ ସମ୍ପୃକ୍ତ ରହୁଛନ୍ତି | ପ୍ରଶାସନ ପୁରୀକୁ ପ୍ରବେଶ ୨ଟି ରୋଡ ଗୋଟିଏ ହରେକୃଷ୍ଣପୁର ଛକ ଏବଂ ଆଉ ଗୋଟିଏ ଭୁଦାନ ଛକ ଠାରେ ଟ୍ରକ ଓଭରଲୋଡ ଚେକିଙ୍ଗ ନିମନ୍ତେ ଏବଂ “ୱାଇ” ଫର୍ମ ସହ ରୟାଲ୍ଟି ଚେକିଙ୍ଗ ପାଇଁ ଗେଟ କରିବାକୁ ଅନୁରୋଧ | ଯାହାଫଳରେ କି ମାଫିଆ ମାନଙ୍କ ନିଦ ହଜିବ ଏବଂ ସରକାରୀ ଖଣିଜ ପାଣ୍ଠି ମଧ୍ୟ ବଢିବ | କୋଣାର୍କ ରୋଡ ଅନ୍ତର୍ଗତ ଗୋପ ବ୍ଲକ ଅନ୍ତର୍ଗତ କୁଶଭଦ୍ରା ନଦୀ ପଠା ସମେତ କୋଣାର୍କ ପୌରାଞ୍ଚଳ ଅନ୍ତର୍ଗତରୁ ଅନେକ ଜାଗାରୁ ବାଲି ଚୋରା ଚାଲାଣ ହଉଛି | ବ୍ଲକ ଅଧିକାରୀ ତହସିଲଦାର ସମସ୍ତେ ସବୁ ଜାଣି ମାଫିଆଙ୍କ ସହ ସମ୍ପୃକ୍ତି ରଖୁଛନ୍ତି | କୋଣାର୍କ ହେଲିପ୍ୟାଡ଼ ସହ ଅବଧୂତ ମଠ ନିକଟ ଜଙ୍ଗଲରେ କୁତ୍ରିମ ହ୍ରଦ ସୃଷ୍ଟି ହେଲାଣି | କୋଟି କୋଟି ଟଙ୍କାର ଖଣିଜ ଚୋରା ଚାଲାଣ ସହ ସରକାରୀ ରୟାଲ୍ଟି ମଧ୍ୟ ମାଫିଆ ମାନଙ୍କ ପାକେଟ ଗରମ କରୁଛି | ଆଗାମୀ ଦିନରେ ଏହାକୁ ନେଇ ରାଜରାସ୍ତାରେ ଯୁବ ଓ ଛାତ୍ର କଂଗ୍ରେସ ଲଢେଇ କରିବା | ଆର.ଟି.ଓ ବିଭାଗୀୟ ଅଧିକାରୀ ମଧ୍ୟ ପ୍ରତ୍ୟକ ମାସରେ ମାସିକିଆ ନେଇ ଚୁପ ବସୁଛନ୍ତି ଯାହା ଫଳରେ ପୁରୀରେ ସରକାରୀ ସୈରାତ ବା ଟିକସ କୁ ମାଫିଆ ମାନେ ମାରି ବଡ ବଡ ଟ୍ରକକୁ ଓଭରଲୋଡ କରି ଆଣୁଛନ୍ତି | ହେଲେ ଓଭରଲୋଡ ପ୍ରତି ନିଘା ନାହିଁ ଆର.ଟି.ଓ ବିଭାଗୀୟ ଅଧିକାରୀଙ୍କର | ଏହା ପ୍ରତି ପୁରୀ ପୋଲିସ ଓ ପ୍ରଶାସନ ଯତ୍ନବାନ ହୋଇ ମାଫିଆଙ୍କୁ ତୁରନ୍ତ ଗିରଫ ନକରନ୍ତି ବା କୌଣସି ପଦକ୍ଷପ ନ-ନିଅନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାରେ ମାଟି ପାଇଁ ଲଢେଇ ହବ ଏବଂ ଆମ ନଦୀ ଅସୁରକ୍ଷିତ କୁ ନେଇ ଗର୍ଜିବ ଛାତ୍ର ଓ ଯୁବ କଂଗ୍ରେସ ବୋଲି ପୁରୀ ଯୁବକଂଗ୍ରେସର ଯୁବନେତା ଆଲୋକ କୁମାର ଦାଶ ଦଳ ତରଫରୁ କହିଛନ୍ତି |