ମାଲକାନଗିରି, ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡ଼ାକୋଟି, ଡ଼ିଆଇଜି ଏକେ ଶର୍ମା, ମାଲକାନଗିରି ସେକ୍ଟର ଡ଼ିଆଇଜି ଶୈଳେନ୍ଦ୍ର କୁମାର ସିନହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ୩ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ସୁରକ୍ଷା ସମ୍ବନ୍ଧୀୟ ସ୍ଥିତି ସମୀକ୍ଷା କରି ଫେରି ଯାଇଛନ୍ତି । ଓଡ଼ିଶା – ଆନ୍ଧ୍ର ଏବଂ ଓଡ଼ିଶା – ଛତିଶଗଡ଼ ସୀମାନ୍ତରେ ବର୍ତ୍ତମାନ ପରିସ୍ଥିତି କିଭଳି ଅଛି ସେନେଇ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ଯବାନଙ୍କ ସହ ଭାବ ବିନିମୟ କରିଥିଲେ ବିଏସଏଫ ଅଧିକାରୀମାନେ । ଏହି ଅବସରରେ ସୈନିକ ସମ୍ମିଳନୀରେ ମଧ୍ୟ ଯୋଗଦେଇ ଯବାନଙ୍କ ମନୋବଳ ବଢ଼ାଇ ଥିଲେ । ବର୍ତ୍ତମାନର ସ୍ଥିତି ନେଇ ସେମାନେ ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧ୍ୟାକାରୀଙ୍କ ସହ ମିଶି ଆଲୋଚନା କରିଥିଲେ । ସମସ୍ତ ପରିସ୍ଥିତିର ସାମ୍ନା କରି ଯବାନମାନେ ଲୋକଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ ମ୍ୟାଲେରିଆ ପଦକ୍ଷେପକୁ ପ୍ରଶଂସା କରିଥିଲେ ବିଏସଏଫ ଅଧିକାରୀ । ଏହି ଅବସରରେ ବିଭିନ୍ନ ବିଏସଏଫ କ୍ୟାମ୍ପରେ ଚା ରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିବେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ଚା ରା ରୋପଣ କରିବାକୁ ଆଇଜି ଶ୍ରୀ ବୁଡ଼ାକୋଟି ଯବାନଙ୍କୁ ଉତ୍ସାହିତ କରିଥିଲେ । ବିଏସଏଫ ଅଧିକାରୀ ଶହୀଦଲକ୍ଷ୍ମଣ ନାୟକଙ୍କ ଜନ୍ମଭୂମି ତେନ୍ତୁଳିଗୁମ୍ମା ଗ୍ରାମକୁ ମଧ୍ୟ ଏହି ଅବସରରେ ଗସ୍ତ କରି ଶହୀଦଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଆଇଜି ।
ଏହି ସମୟରେ ବୈପାରିଗୁଡ଼ା ତହସିଲଦାର ଦିଲ୍ଲୀପ କୁମାର ମହାରଣା , ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଏବଂ ବୈପାରିଗୁଡ଼ା ଥାନା ଅଧିକାରୀ ଅଗ୍ନି କୁମାର ପଟ୍ଟନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।