ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ପାଇଁ ଓଡିଶାର ବିଜେପି ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଅନେକ ନେତା ପୁରୀରେ ଆସି ଜଗନ୍ନାଥଙ୍କୁ ଦୀପଦାନ କଲେ | ପରେ ପରେ ସମସ୍ତେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଙ୍କ ପାଖରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟଲାଭ ପାଇଁ ଦୀପଦାନ ସହ ଦର୍ଶନ କଲେ | ସ୍ୱତନ୍ତ୍ର ବୈଠକ ସ୍ୱର୍ଗତ ଲୁଲୁ ମହାପାତ୍ର ଙ୍କ ବ୍ରହ୍ମଗିରିର ଗଡ-ରୋଢଙ୍ଗ ଫାର୍ମ ହାଉସ ଠାରେ କଲେ | ବିଜେପି ଦଳ ବ୍ରହ୍ମଗିରିରେ ବିଧାୟକ ପଦ ଜିତିଛି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସିମ୍ପାତ୍ତି ଭୋଟ ହେତୁ | ହେଲେ, କହିବାକୁ ଦୁଃଖ ଲାଗୁଛି ଯାହାର ନାମ ବିକ୍ରି କରି ଆଜି ବ୍ରହ୍ମଗିରିରେ ବିଜେପି ଜିତିଲା ଆଜି ସେଇ ଯୁବ ଓ ଛାତ୍ର ଜଗତର ବେତାଜ ବାଦଶାହ ମୁକୁଟ ବିହୀନ ଓଡ଼ିଶା ରାଜନୀତିର ରାଜା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ବିଜେପି ଦଳର ସମସ୍ତ ନେତା ଅପମାନିତ କଲେ | ବ୍ରହ୍ମଗିରି ଆସିଲେ ଗଡ଼-ରୋଢଙ୍ଗ ଗଲେ ହେଲେ ବକ୍ସି ଜଗବନ୍ଧୁ ଏବଂ ଲୁଲୁ ମହାପାତ୍ରଙ୍କ ପ୍ରତିମୁର୍ତି ଆଖିରେ ପଡିଲାନି କି ନିଜେ ଲୁଲୁ ମହାପାତ୍ର ଙ୍କ ଭାଇ ବେବି ମହାପାତ୍ର ବିଧାୟକ ମହୋଦୟ ମଧ୍ୟ କିଭଳି ନିଜ ଭାଇର ପ୍ରତିମୂର୍ତ୍ତିକୁ ସଂମ୍ମାନ ଦେବା ଭୁଲିଲେ ଏହା ମଧ୍ୟ ପ୍ରଶ୍ନବାଚୀ | ଓଡ଼ିଶାର ଲକ୍ଷ ଲକ୍ଷ ଯୁବ ପିଢିଙ୍କ ଆଦର୍ଶ ବ୍ରହ୍ମଗିରି ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କୁ କୌଣସି ମୁହୂର୍ତ୍ତରେ ଅପମାନିତ କରାଗଲେ ଓଡିଶାର ଯୁବ ଓ ଛାତ୍ର କଂଗ୍ରେସ ଚୁପ ବସିବନି | କାରଣ, ଲୁଲୁ ମହାପାତ୍ର ଏକ ସ୍ୱତନ୍ତ୍ର ଟିଭି ଚାନେଲରେ କହିଥିଲେ କି ତାଙ୍କର ଜନ୍ମ କଂଗ୍ରେସରେ ଓ ମରିବେ ମଧ୍ୟ ସେଇ କଂଗ୍ରେସରେ | ଏହାହିଁ ଘଟିଥିଲା କଂଗ୍ରେସ ଦଳରେ ରହି ପ୍ରାଣ ହରାଇଥିବା ରାଜନୀତି ଦୁନିଆର ଲଢୁଆ ନେତା ଲୁଲୁ ଭାଇ ଙ୍କ ନାମକୁ ନେଇ ରାଜନୀତି କରିଲେ ପରିବାର ଲୋକ କଂଗ୍ରେସ ଛାଡି ବିଜେପିରେ ମିଶିଲେ ତାଙ୍କ ସିମ୍ପାଥି ଭୋଟ ନେଇ ଆଜି ବ୍ରହ୍ମଗିରିରେ ବିଜେପି ଜିତିଲା ହେଲେ ଲୁଲୁ ଭାଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଭୁଲିଗଲେ ବିଜେପିର ସମସ୍ତ ବିଧାୟକ ଓ ନେତା ଗଣ | ଏହାକୁ କେନ୍ଦ୍ର କରି ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ବ୍ରହ୍ମଗିରି ଠାରେ ଲୁଲୁ ଭାଇଙ୍କୁ ସଂମ୍ମାନ ଦେବାଲାଗି ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଅଗସ୍ତିନ ଜୋସେଫ , ପୁରୀ ସଦର ଯୁବ ଓ ଛାତ୍ର ନେତା ଆଦିତ୍ୟ ବାରିକ, ଲକ୍ଷ୍ମୀଧର ବାରିକ, ଶିବ ପ୍ରଧାନ,ରାଜ କିଶୋର ପ୍ରଧାନ, ସତ୍ୟପ୍ରିୟ ପରିଡା, ବିକ୍ରମ ପ୍ରଧାନ, ରୀଶାନ ଦାଶ, ବିଜ୍ଞାନ ନାୟକ ପ୍ରମୁଖ ସମସ୍ତ ଛାତ୍ର ନେତାଙ୍କ ନେତୃତ୍ୱରେ ୧୦୦ରୁ ଉର୍ଦ୍ଧ ୨ଚକିଆ ଯାନରେ ରାଲି କରି ଗଡ-ରୋଢଙ୍ଗ ଛକରେ ପହଞ୍ଚି ବକ୍ସି ଜଗବନ୍ଧୁ ଓ ଲୁଲୁ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜେପି ବିରୋଧୀ ନାରାବାଜି ଏବଂ ଲୁଲୁ ଭାଇଙ୍କ ପ୍ରତି ଅସଂମ୍ମାନ ଛାତ୍ର କଂଗ୍ରେସ ସହିବ ନାହିଁ ଏହା ନାରାବାଜି କରାଯାଇଥିଲା |
Related Stories
November 1, 2024