କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସୋନିଆ ଗାନ୍ଧି ଙ୍କୁ ଇଡିର ବେଆଇନ୍ ନୋଟିସ ତଥା ହାଜିରା ପ୍ରତିବାଦରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରଯାଇଥିଲା |ଇଡି କେନ୍ଦ୍ର ମୋଦି ସରକାର ର ପ୍ରରୋଚନାରେ ରାଜନୈତିକ ଆକ୍ରୋଶ ରଖି ସୋନୀଆ ଗାନ୍ଧୀଙ୍କୁ ଅନ୍ୟାୟ ଭାବରେ ବାରମ୍ବାର ହାଜିର୍ ହେବା ପ୍ରତିବାଦରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ରବି ସେଠୀ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, କାକଟପୁର ଯୁବ ନେତା ବିଶ୍ବରଂଜନ ଦାସ , ସଦର ବ୍ଲକ ସଭାପତି ଅବିନାଶ ମିଶ୍ର, ବିନାୟକ ଦାସମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ବିରେନ୍ଦ୍ର ହୋତା, ଉମା ବରାଳ,ବିଶ୍ଵକେଶନ ମହାପାତ୍ର,ଅମରେନ୍ଦ୍ର ପାଇକରାୟ, ସୁକାନ୍ତ ପ୍ରଧାନ ,କେଶବ ପ୍ରଧାନ, ସଞ୍ଜୟ ନାୟକ,କାଳନ୍ଦି ବାରିକ ପ୍ରମୁଖ ନେତୃତ୍ବରେ ଉପସ୍ଥିତ ଥିଲେ |
Related Stories
November 24, 2024
November 24, 2024