କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଉଦୟନଗରଠାରେ ଥିବା ପୈାରସଂସ୍ଥା କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗ ଉପନିଦେ୍ର୍ଧଶକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଭାରତ ବର୍ଷର ଯୁବପିଢି ବିଶ୍ୱର ପଥ ପ୍ରଦର୍ଶକ ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାବେଳେ ଆମ ସଂସ୍କୃତି, କଳା ଓ ଭାସ୍କର୍ଯ୍ୟକୁ ବିଶ୍ୱରେ ପରିଚୟ ସୃଷ୍ଟି କରିବା ସହ ବିଶ୍ୱର ଜ୍ଞାନ ବିଜ୍ଞାନର ଜୟଯାତ୍ରାରେ ଯୁବକମାନେ ସାମିଲ୍ ହେବା ଆବଶ୍ୟକ । ଏହି ଯୁବ ପ୍ରତିଭା ଉତ୍ସବ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନର ଏକ ପ୍ରକୃଷ୍ଟ ମଂଚ । ନିଜର ପ୍ରତିଭାକୁ ଏହା ମାଧ୍ୟମରେ ବିକଶିତ କରିପାରିଲେ ଉତ୍ସବ ସାର୍ଥକ ହେବ ବୋଲି ବକ୍ତବ୍ୟ ରଖିଥିଲେ । ପୈାରସଂସ୍ଥାର ନିର୍ବାହୀ ଅଧିକାର ସମ୍ମାନୀତ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡା ସହରକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ କରିବା ପାଇଁ ଯୁବକମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁÂିତ ଏହି ମହେତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଆସିଥିବା ୨ ଶହରୁ ଅଧିକ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଲୋକନୃତ୍ୟ, ଲୋକସଂଗୀତ, ହିନ୍ଦୁସ୍ତାନୀ କବଲା, ମୃଦଙ୍ଗ, ହାରମୋନିୟମ୍, ବକ୍ତୃତା, ଏକାଙ୍କିଖା ପ୍ରଭୃତି ପ୍ରତିଯୋଗୀତା ଅନୁÂିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାପାଇଁ ସୁଯୋଗ ମିଳିବ । ଏହି ପ୍ରତିଯୋଗୀତାରେ କାନନ ଜେନା, ବିଜୟ କୁମାର ସାହୁ, ସେକ୍ ରବି, ଯୋଗେନ୍ଦ୍ର ରାଉତ, ବିଭୁରଥ ମଲ୍ଲ, ସୈ÷ାମ୍ୟରଞ୍ଜନ ଦାସ, ଭାଗିରଥି ଜେନା, କେଦାର ଚନ୍ଦ୍ର ସ୍ୱାଇଁ, ସଂଜୟ କୁମାର ମଥାଣି ପ୍ରମୁଖ ବିଚାର ଭାବେ ଯୋଗ ଦେଇଥିଲେ । ଭାବଗ୍ରାହୀ କଳାନିକେତନତର ମୁଖ୍ୟ ସଂଗୀତଜ୍ଞ ବିମଳ ପ୍ରସାର ପରିଡା ସ୍ୱାଗତ ସଂଗୀତ ପରିବେଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 23, 2024