ଭୁବନେଶ୍ୱର – ପୁତ୍ର ମୁଖାଗ୍ନୀ ଦେଲେ ପୁତ୍ ନାମକ ନର୍କରୁ ଉଦ୍ଧାର ମିଳେ ବୋଲି ବିଶ୍ୱାସ କରାଯାଏ ।ପୁତ୍ର ନଥିଲେ କନ୍ୟା ମୁଖାଗ୍ନୀ ଦେଇପାରେ ।ମାତ୍ର ବିବାହ ପରେ କନ୍ୟାର ଗୋତ୍ରାନ୍ତର ହେଉଥିବାରୁ ମୂଖାଗ୍ନି ଦେଇ ହେବ କି ନା, ଏ ସବୁ ସମ୍ପର୍କରେ ଥିଙ୍କର୍ଶ୍ର୍ କ୍ଲବ ର ୩୬ତମ ଆଭାସି ମଞ୍ଚ ରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବିଶ୍ବରେ ବିଭିନ୍ନ ସମ୍ପ୍ରଦାୟ ରେ ଶବଦାହ ପ୍ରଥା ର ଭିନ୍ନତା ପରିଲିଖିତ ହୁଏ ।ଥିଙ୍କର୍ସା କ୍ଲବ ର ସଭାପତି ବରଦା ଦାସ ଅଧ୍ୟକ୍ଷତା କରି କହିଲେ ଯେ ଗତ କୋରୋନା ସମୟରେ ବିଶ୍ବରେ ବହୁ ମୃତ୍ୟୁ ଦେହ କୁ ଜରି ବାନ୍ଧି ଶବଦାହ କରାଯାଇଥିଲା। ସେମାନେ କଣ ମୋକ୍ଷ ପାଇ ନଥିଲେ ।ଅତିଥି ଭାବେ ସାମ୍ବାଦିକ ଓ ଜ୍ୟୋତିଷ ଶ୍ରୀ ଦୋଳଗୋବିନ୍ଦ ପଣ୍ଡା କହିଲେ ଆମ ଶାସ୍ତ୍ର ରେ ମୂଖ। ଗ୍ନୀ ଦେବାରେ ବହୁ ଧାରା ରହିଛି। ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତା ମତ ଆଲୋଚନା ପରେ ସର୍ଵଶ୍ରୀ ହରିଶଙ୍କର ମିଶ୍ର, ଡ ନଗେନ୍ଦ୍ର ନାଥ ମିଶ୍ର, ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ, ଇ ନନ୍ଦ ନନ୍ଦନ ଦାସ, ପ୍ରଫେସର ଉମାଶଙ୍କର ମିଶ୍ର,ପ୍ରଶାସକ ମନସ୍ଵିନୀ ସାହୁ, ଡ ବ୍ରଜ ନାୟକ, ନିମାଇଁ ସ୍ୱାଇନାଲୋଚନରେ ଅଂଶ ଗ୍ରହଣ କରି ମତ ପ୍ରକାଶ କରିଥିଲେ ।ବାଙ୍ଗାଲୋର ରୁ ବିଭୂଦତ୍ତ ମହାନ୍ତି ସଭାର ବୈସୟୀକ ପରିଚାଳନା କରିଥିଲେ।ଆଗ୍ରହୀ ବ୍ୟକ୍ତି ଥିଙ୍କରସ୍ କ୍ଲବ ୟୁ ଟ୍ୟୁବ୍ କୁ ଯାଇ ଦେଖି ପାରିବେ। ଆସନ୍ତା ଶୁକ୍ରବାର ଭୁତ,ପ୍ରେତ ଓ ଗୁଣିଆ ସମ୍ପର୍କରେ ଆଲୋଚନା କରାଯିବ।
Related Stories
November 24, 2024
November 24, 2024