କନ୍ଧମାଳ, ସରକାର ଲୋକଙ୍କୁ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଡାକ୍ତର, ନର୍ସ, ଆଟେନ୍ଡାଣ୍ଟଙ୍କ ଦେଖାମିଳୁନି । ଫଳରେ ସିକ୍ୟୁରିଟି ଗାର୍ଡ କରୁଛନ୍ତି ରୋଗୀସେବା। ଏଭଳି ସ୍ଥିତିରେ ରୋଗୀ କିଭଳି ସ୍ଵାସ୍ଥ୍ୟ ସେବା ପାଉଥିବେ ତାହା ସ୍ପଷ୍ଟ ଅନୁମେୟ। ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ମହକୁମା ମୁଖ୍ୟ ଡାକ୍ତରଖାନାରେ। ସଦର ମହକୁମା ଡାକ୍ତରଖାନାରେ ଫୁଲବାଣୀର ନାରାୟଣୀ ରୋଡର ଦିବାକର ମହାନନ୍ଦିଆ ନାମକ ଜଣେ ଵ୍ୟକ୍ତି ଗୁରୁତର ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ମେଡ଼ିସିନ ଵିଭାଗ ପୁରୁଷ ୱାର୍ଡର ୧୪୦ ନମ୍ବର ବେଡ଼ ରେ ଜଏନ ହେବା ପରେ ସାଲାଇନ ଲଗାଯାଇଥିଲା। ସାଲାଇନ ସରିଲା ହେଲେ ନର୍ସଙ୍କ ଦେଖା ମିଳିଲାନି, ସିକ୍ୟୁରିଟି ଗାର୍ଡ ଆସି ଶେଷରେ ରୋଗୀଙ୍କ ସାଲାଇନ ଖୋଲିଥିଲେ। ଯାହାକି ଚିତ୍ର ବୟାନ କରୁଛି। ଏନେଇ ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ । ନିକଟରେ ବାରୀକୁମ୍ପା ଡାକ୍ତରଖାନାରେ ରୋଗୀଙ୍କୁ ମେଡ଼ିସିନ ନଦେଇ ନିକଟସ୍ଥ ପରିତ୍ୟକ୍ତ କୂଅରେ ଫୋପାଡ଼ି ଦେଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସଦର ମହକୁମା ଡାକ୍ତରଖାନାରେ ଯଦି ଏଭଳି ଅବସ୍ଥା ତେଵେ ଗ୍ରାମାଞ୍ଚଳରେ କିଭଳି ସ୍ଵାସ୍ଥ୍ୟ ସେବା ପାଉଥିବେ ତାହା ଏଥିରୁ ଜଣାପଡୁଛି । ତେଵେ କାହିଁକି, କିଭଳି ଓ କେଉଁ ପରିସ୍ଥିତିରେ ଜଣେ ଅନଭିଜ୍ଞ ସିକ୍ୟୁରିଟି ଗାର୍ଡ ରୋଗୀ ସେବା କରୁଥିଲେ ତାହା ତଦନ୍ତ କଲେ ଜଣାପଡିବ । ଏଥିପ୍ରତି ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି।
Related Stories
November 24, 2024
November 24, 2024