ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲାରେ ମୋଟ ୧୬ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରା ଯାଇଛି । ବିଧାୟକ ମିନାକ୍ଷୀ ମହାନ୍ତଙ୍କ ମୂଳ ପ୍ରଶ୍ନ ଓ ମୋହନ ମାଝୀ, ଜଗନ୍ନାଥ ନାଏକ, ଭାଗୀରଥୀ ସେଠୀଙ୍କ ଅତିରିକ୍ତ ପ୍ରଶ୍ନର ଉତର ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଗତ ତିନି ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋଟିଏ ହେଲେ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରା ଯାଇ ନାହିାଁ ସାତଟି ସ୍ଥାନ ଏବେ ବିଭାଗ ନିକଟରେ ବିଚାରାଧୀନ ରହିଛି ।
ସେ କହିଛନ୍ତି ଯେ ବିଧାୟକ ମାନେ ତାଙ୍କ ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳର ନାମ ପ୍ରସ୍ତାବ ଦେଲେ ବିଭାଗ ତା ଉପରେ ବିଚାର କରିବ ।