କେନ୍ଦୁଝର, କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ସଂପ୍ରସାରଣ ତାଲିମ କେନ୍ଦ୍ର ଠାରେ ଚଳିତ ଜୁଲାଇ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ନବ ନିର୍ବାଚିତ ସରପଚଂ ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷିଣ ଶିବିରର ପ୍ରଥମ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ସଦର, ଯୋଡା, ସାହାରପଡା ଓ ହାଟଡିହି ବ୍ଲକର ୪୮ ଜଣ ନବ ନିର୍ବାଚିତ ସରପଚଂ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଶୁକ୍ରବାର ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିି ଭାବେ ଜିଲ୍ଲାପାଳ ଆଶିଷ ଠାକରେ ଯୋଗଦେଇ ନବ ନିର୍ବାଚିତ ସରପଚଂମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦୁଝର ଜିଲ୍ଲାର ପ୍ରଗତିକୁ ଅଧିକ ତ୍ଵରାନ୍ୱିତ କରିବା ପାଇଁ ସରପଚଂମାନେ ଅଧିକ କ୍ରିୟାଶୀଳ ହେବା ସହ ସେବା ମନୋଭାବ ନେଇ କାର୍ଯ୍ୟକରିବା ପାଇଁ ଆହ୍ଵାନ ଦେଇଥିଲେ । ପଂଚାୟତରାଜ ବ୍ୟବସ୍ଥାରେ ସରପଚଂ ପଦବୀ ଅତୀବ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ସରପଚଂମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏ ପ୍ରକାରର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି ବୋଲି କହିଥିଲେ । ଉଦବୋଧନ ଛଳରେ ଜିଲ୍ଲାପାଳ କହିଥିଲେ ଯେ, ଗ୍ରାମପଚାଂୟତର ସାମଗ୍ରିକ ବିକାଶ ପାଇଁ ସରପଚଂ ମାନଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ପଂଚାୟତକୁ ପାଣ୍ଠି ଯୋଗାଇ ଦିଆଯାଇଛି । ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି । ବିଭିନ୍ନ ଯୋଜନା ସମ୍ପର୍କରେ ସରପଚଂମାନେ ବିଶଦ ଭାବେ ଜ୍ଞାନ ଆହରଣ କରିବା ସହ କିପରି ତାହା ତୃଣମୂଳ ସ୍ତରରେ ସଠିକ୍ ଭାବେ ରୂପାୟନ ହୋଇପାରିବ । ଏବଂ ଜନସାଧାରଣ କିପରି ଏହାର ସୁଫଳ ପାଇପାରିବେ ଏବଂ ଉନ୍ନୟନ କାର୍ଯ୍ୟକ୍ରମ କିପରି ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିପ୍ରତି ସରପଚଂମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତରିତ ବିଦ୍ୟାଳୟ ମାନଙ୍କର ରକ୍ଷଣବେକ୍ଷଣ ପାଇଁ ଧ୍ୟାନ ଦେବାକୁ କହିଥିଲେ । ଗ୍ରାମପଚାଂୟତ ମାନଙ୍କର ନିଜସ୍ୱ ପାଣ୍ଠିର ଉତ୍ସ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମପଚାଂୟତ ସ୍ତରରେ କୌଣସି କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ କୌଣସି ସମସ୍ୟା ସୃଷ୍ଟି ହେଲେ ଦୃଷ୍ଟିକୁ ଆଣିବାକୁ କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ପରିକ୍ଷାର୍ଥୀ ସରପଚଂ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ବଚେଂ ଓ ସେରେଣ୍ଡା ସରପଚଂ ପ୍ରଶିକ୍ଷାର୍ଥୀ ମାନଙ୍କ ପକ୍ଷରୁ ବକ୍ତବ୍ୟ ପ୍ରଦାନ କରି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ସେମାନେ କିପରି ଜ୍ଞାନ ଆହରଣ କରିବା ସହିତ କିପରି ଏହା ଶିକ୍ଷଣୀୟ ହୋଇପାରିଛି ତାହା ଅବତାରଣା କରିଥିଲେ । ଗ୍ରାମପଚାଂୟତରେ ଦେଖାଦେଇଥିବା କେତେକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରାମତୀ ଜୟଶ୍ରୀ ବେଉରା ସମସ୍ତଙ୍କୁ ସ୍ଵାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଉଦଯାପନୀ ଉତ୍ସବର ତତ୍ଵାବଧାନ କରିଥିଲେ । ଓରମାସର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ଵାମୀ, ସେକ୍ସନ ଅଫିସର ପ୍ରଦୀପ୍ତ କୁମାର କର, ଓଡିଶା ଜୀବିକା ମିଶନର ଡି.ପି.ଏମ. ଶିସିର ଷଡଙ୍ଗୀ, ଫକଲଟି ଶ୍ରୀନିବାସ ସାହୁ, କନସଲଟାଟଂ ରଂଜିତ ଶତପଥି, ଏ.ପି.ଡି. (ଟ୍ରେନଂ ) ସୁମିତା ସାହୁ, ପ୍ରଶିକ୍ଷଣ ଶିବିର ଆୟୋଜନ ସହ ପରିଚାଳନାରେ ସହଯୋଗ କରିଥିଲେ ।
ଉଦଯାପନୀ ଦିବସରେ ଡେପୁଟି କଲେକ୍ଟର ଏମରଜେନ୍ସି ସୁରଞ୍ଜିକା ବେହେରା ‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମପଚାଂୟତର ଭୂମିକା’ ଏବଂ ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦୁଝର , ‘ଗ୍ରାମୀଣ ବିକାଶରେ ସାମାଜିକ ଗଣମାଧ୍ୟମର ଭୂମିକା ‘ଶୀର୍ଷକ ଉପରେ ପ୍ରଶିକ୍ଷଣ ଦେଇଥିଲେ ।