
କୋରେଇ – ଦଳା ଶଙ୍ଖଚିଲା ରାସ୍ତାର ଆଟିଆଇ କଲେଜ ସମ୍ମୁଖରେ ଆଜି ସକାଳ ୯ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଯୁବକ ଗରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିସôିତ ହେଉଛି । ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ଗ୍ରାମର କାହ୍ନୁ ନାୟକଙ୍କ ପୁଅ ବାପି(୨୩) ଏକ ବାଇକ ଯୋଗେ ଯାଜପୁରରୋଡ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହେବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ତାକୁ ଉଦ୍ଧାର କରାଯାଇ ପ୍ରଥମେ ଯାଜପୁରରୋଡ କ୍ଷେତ୍ରୀୟ ଚିକିସôାଳୟରେ ଭର୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେହିକାଲକୁ ସ୍ଥାନାନ୍ତର କରାଯାଇଛି ।