
କନ୍ଧମାଳ, ଶନିବାର କନ୍ଧମାଳ ଜିଲ୍ଲାରେ ପୁଣି ୧୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଶୁକ୍ରବାର ୧୩ ସଂକ୍ରମିତଙ୍କୁ ମିଶାଇ ଏଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫ ରେ ପହଂଚିଲାଣି। ଜିଲ୍ଲା ପ୍ରଶାସନର କଟକଣା ନ ଥିବା ଯୋଗୁଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହି ବି କୋରାନା କଟକଣା ମାନୁନାହାନ୍ତି । କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଶ୍ରାବଣ ମାସ, ବୋଲବମ ଭକ୍ତଙ୍କ ଭିଡ। ପୁଣି ବର୍ଷା ଦିନ ।ଏଣୁ ଆଗକୁ ମଧ୍ୟ କୋରାନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଵାର ଆଶଙ୍କା ରହିଛି। ଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମରୁ ସହର ଯାଏ କରୋନା ସଚେତନତା ସୃଷ୍ଟି କରିବାକୁ ଦାବୀ ହେଉଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ଜରୁରୀ।