ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜ୍ ରେ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଆଜି ବିଭାଗ ପକ୍ଷରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦୁଇ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ବନପାଳ ସୁରଭି ତ୍ରିପାଠୀ ଓ ବନରକ୍ଷୀ ଧର୍ନୁଧର ବେହେରା । ଘଟଣାରେ ଅନ୍ୟ କେଉଁମାନଙ୍କର ସମ୍ପକ୍ତି ରହିଛି, ସେନେଇ ଅଧିକ ତଦନ୍ତ ଚାଲିଥିବା ନେଇ ଏସ.ଇ.ଏମ୍. ବିକ୍ରମଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ଗତ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜ୍ ଅନ୍ତର୍ଗତ କନ୍ଧ ନୂଆପଲ୍ଲୀ ଜଙ୍ଗଲ ପାହାଡ଼ ନିକଟରେ ଏହି ଦନ୍ତାହାତୀର ଗଳିତ ମୃତଦେହ ଠାବ କରାଯାଇଥିଲା । ମୃତ ଦନ୍ତାହାତୀର ଗୋଟିଏ ଦାନ୍ତକୁ ଦୁର୍ବୃତ ମାନେ କାଟି ନେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସାମ୍ନାକୁ ଆସିବା ପରେ ବନ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରୁ ଏକ ଗୁଳିବିଦ୍ଧ ଦନ୍ତାହାତୀର ଗଳିତ ମୃତଦେହ ମଧ୍ୟ ଠାବ କରାଯାଇଥିଲା ।