କନ୍ଧମାଳ, ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଫୁଲବାଣୀ ସହରର ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଫୁଲବାଣୀ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ସକାଳୁ କାର୍ଯ୍ୟ ଆରମ୍ଭ କରିଛି ଠିକାଦାର। ଗତ କିଛିଦିନ ହେଲା ରାସ୍ତାରୁ ପିଚୁସହ ଗୋଡ଼ି ଉଠିଯିବା ଫଳରେ ଏହି ରାସ୍ତାରେ ଟାଉନ ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାୟୁ ପ୍ରଦୂଷଣ ବଢିଯିବା ସହ ରାସ୍ତାରେ ଯିବା ଆସିବା ବେଳେ ଦୁର୍ଘଟଣା ମଧ୍ୟ ହେଉଥିଲା। ପୋଲିସ କର୍ମଚାରୀ ମାନେ ଡିଉଟି କରିବା ବେଳେ ପ୍ରଦୂଷଣ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ସହ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟଙ୍କୁ ମଧ୍ୟ ରାସ୍ତା ମରାମତି ପାଇଁ ପ୍ରେସ କ୍ଲୁବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ପୋଲିସ ଏସ.ଡ଼ି.ପି.ଓ. ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ରାସ୍ତା ମରାମତି ନେଇ ପୂର୍ତ୍ତ ବିଭାଗ କର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ। ଫଳରେ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହାକୁ ଗୁରୁତର ସହ ଗ୍ରହଣ କରି କୃଷି ବିଭାଗ ଠାରୁ ଜଗନ୍ନାଥ ମନ୍ଦିର ଯାଏ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପୂର୍ତ୍ତ ବିଭାଗ କର୍ତୁପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ପ୍ରେସ କ୍ଲୁବ ସଭାପତି ମଧ୍ୟ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଶ୍ରୀ ସାମନ୍ତରାୟଙ୍କୁ ଧନ୍ୟବାଦ ଜଣାଇଵା ସହ ଆଗାମୀ ଦିନରେ ସହଯୋଗ କାମନା କରିଛନ୍ତି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟଦକ୍ଷତା, ଆନ୍ତରିକତା, ଓ ଉଦ୍ୟମ ଯୋଗୁ ମାତ୍ର ୨ /୩ ଦିନ ମଧ୍ୟରେ ଏହା ସମ୍ଭବ ହୋଇପାରିଛି।
Related Stories
November 23, 2024