ଗଞ୍ଜାମ,ଗତ ୧୫ରୁ ଆସନ୍ତା ମାସ ୧୫ ତାରିଖ ମଧ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି କାର୍ଯ୍ୟ ସ୍ଥାନୀୟ ସେବା ସମବାୟ ସମିତି ମାଧ୍ୟମରେ ଅନ୍ ଲାଇନ ମାଧ୍ୟମରେ କରାଯିବା କଥା । କିନ୍ତୁ, ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଳକରେ ଏଯାଏ ଏହି କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡିଛି । ଚାଷୀମାନେ ମଣ୍ଡିରେ ରେଜିଷ୍ଟ୍ରେସନ କରିବା ପାଇଁ ସେବା ସମବାୟ ସମିତି ଦୌଡୁଛନ୍ତି । ତେବେ ସମିତି ସଂପାଦକ, କର୍ମଚାରୀଙ୍କ ଅନୁପସ୍ଥିତି କିମ୍ବା ଅଫିସରେ ଅଧିକାଂଶ ସମୟରେ ଚାବି ପଡିରହିବା ଫଳରେ ଚାଷୀମାନେ ନିରାଶରେ ଫେରୁଛନ୍ତି ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଥିପ୍ରତି ଗଞ୍ଜାମ ଜିଲାପାଳ, ସମବାୟ ବିଭାଗ ଓ କୃଷି ବିଭାଗ ଘଟଣାର ଅନୁଧ୍ୟାନ କରି ଏକାର୍ଯ୍ୟ ତ୍ଵରାନ୍ୱିତ କରିବାକୁ ଦାବି ହେଉଛି ।
Related Stories
November 23, 2024