କନ୍ଧମାଳ, କଂଗ୍ରେସ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଇଡ଼ି ର ଜେରା ପ୍ରତିବାଦରେ କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀ ଠାରେ ଜିଲା ସଭାପତି ଅନାମ ନାୟକଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜେରା ତୁରନ୍ତ ପ୍ରତ୍ୟାହାର କରିବାକୁ ନେତା ଓ କର୍ମୀ ମାନେ ଦାବୀ କରିଥିଲେ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ ଜିଲା ସଭାପତି ଅନାମ ନାୟକ, କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ, ଘନ ଶବର ।
ପରେ କୋର୍ଟ ଛକ ଦେଇ ଏସ ପି ଅଫିସ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ବିଜୟ ମହାନ୍ତି, ପିତାମ୍ବର ସାହୁ, ଯୁବ ନେତା ଗୌର ବେହେରା, ବଳଦେବ ବେହେରା, ଦୁର୍ଯ୍ୟାଧୋନ ପଟନାୟକ, ନଗର ସଭାପତି ଶିବଶଙ୍କର ବେହେରା, ଛାତ୍ର କଂଗ୍ରସ ସଭାପତି ଅନୁପମ କହଁର ପ୍ରମୁଖ ଙ୍କ ସମେତ ବହୁ କର୍ମୀ ଓ ମହିଳା କଂଗ୍ରେସ ନେତ୍ରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଫୁଲବାଣୀ ଟାଉନ ଥାନା ଥାନାଧିକାରୀ ସୁଶାନ୍ତ ସେଠିଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।