ଭୁୁବନେଶ୍ୱର – ସାମୁଦି୍ରକ ଝଡ଼ ଫନି ପ୍ରଭାବରେ ବ୍ୟକ୍ତିଗତ ଓ ସରକାରୀ ସମ୍ପତି ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ସରକାରୀ ଭାବେ ୯୩୩୭.୨୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଆକଳନ କରାଯାଇଛି ।
ବିଧାୟକ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ ସାମୁଦି୍ରକ ଝଡ଼ ଫନି ପ୍ରଭାବରେ ବ୍ୟକ୍ତିଗତ ଓ ସରକାରୀ ସମ୍ପତି ୯୩୩୬.୨୭ କୋଟି ଟଙ୍କାର କ୍ଷତିଗ୍ରସ୍ତ ହୋଇଥିବା ନେଇ ଆକଳନ କରାଯାଇଥିଛି । ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ/ନିୟମାବଳୀ ଅନୁସାରେ ରାଜ୍ୟ ସରକାର ୫୨୨୭.୬୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ରାଜ୍ୟକୁ ୩୧୧୪.୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । କ୍ଷତିଗ୍ରସ୍ତମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଓ କ୍ଷତିଗ୍ରସ୍ତ ସାଧାରଣ ସମ୍ପତିର ପୁନଃଉଦ୍ଧାର ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ୩୧୧୯.୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।