-
ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି: ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର, ବିରୋଧୀ ଦଳର ହଟ୍ଟଗୋଳ ମଧ୍ଯରେ ଶିଳ୍ମ ମନ୍ତ୍ରୀ ପ୍ରତାପ କେଶରୀ ଦେଓଙ୍କ ଉତର ପରେ ଶାସକ ଦଳର ସଭ୍ୟ ଅମର ପ୍ରସାଦ ସତପଥୀ ବିଭିନ୍ନ ଶିଳ୍ପ ମାନଙ୍କରେ ସ୍ଥନୀୟ ଯୁବକ ମାନଙ୍କୁ ବିଶେଷ ଭାବେ ପ୍ରତିଭାବାନ ଇଂଜିନିୟର ମାନଙ୍କୁ ନିଯୁକ୍ତି ପ୍ରଦାନ କରା ଯାଉ ନ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ଓ ଏ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଦାବି କରିଥିଲେ ।
ଏହାର ଉତରରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ହେବା ପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନଗୁଡ଼ିକ ସହ ଏମୟୁ ସ୍ୱାକ୍ଷର ହୋଇଥାଏ । ଏଥିରେ ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଯଦି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀ ପ୍ରତାପ ଦେବ କହିଛନ୍ତି, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ବୃହତ୍ ଶିଳ୍ପ ସ୍ଥାପନ ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ୧୮୬ ଟି ଶିଳ୍ପକୁ ଅନୁମୋଦନ ଦିଆଯାଇଛି । ୪ ଲକ୍ଷ ୪୪ ହଜାର ୭୩୬ .୫୫ କୋଟି ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । ଏହା ଦ୍ୱାରା ୧ଲକ୍ଷ ୬୫ ହଜାର ୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ ରଖାଯାଇଛି । ୨୦୨୦ ଜୁନଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୃହତ ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୪ହଜାର ୬୦୬କୋଟି ଟଙ୍କାର ପୁଞ୍ଜି ନିବେଶରେ ୬୫୫୭ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଛି ।