
ଭାରତର ୧୫ ତମ ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ |ନିର୍ବାଚିତ ହେବାପରେ ପୁରୀର ବୁଦ୍ଧିଜୀବୀମାନେ ତାଙ୍କର ଶୁଭମନାସୀ ସ୍ୱର୍ଗଦ୍ୱାର ସମ୍ମୁଖରେ ମହୋଦଧି ଆରତୀ କରିଛନ୍ତି । ମହୋଦଧି ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ପୁରୀ ପୁସ୍ତକମେଳା ସମିତି ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ‘ଆପଣଙ୍କ ସେବାରେ’ ଅନୁଷ୍ଠାନର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, ପ୍ରସିଦ୍ଧ ମଧୁମେହ ଚିକିତ୍ସକ ଡା. ହରିବଲ୍ଲବ ମହାପାତ୍ର, ପୁରୀ ବେଦଭବନ ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା, ଶକ୍ଷାବିତ୍ ଅବନୀଶ ରଥ, ଶିକ୍ଷୟିତ୍ରୀ ପୁଷ୍ପୀତା ପଟ୍ଟନାୟକ,
ସମାଜସେବୀ ସିଦ୍ଧାର୍ଥ ରାୟ, ଶଙ୍କର ପଣ୍ଡା ଓ ଦୁର୍ଗାମାଧବ କର ପ୍ରମୁଖ ଉପସ୍ଥିତ ଥିଲେ ।