
ପୁରୀ, ପୁରୀ ବାସେଳିସାହି ଥାନା ପୋଲିସ ୨୬୭ ଗ୍ରାମ୍ ବ୍ରାଉନସୁଗର ଜବତ କରିବା ସହ ୫ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ବାସେଳିସାହି ଥାନା ଅନ୍ତର୍ଗତ ମାର୍କଣ୍ଡ ନୋଳିଆ ସାହିରେ ଏହି ଚଢ଼ଉ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ୨୬ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।