ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଗତକାଲି ଚିତ୍ରକୋଣ୍ଡା ବ୍ଳକର ପାପୁଲୁର ଓ କୁରମାନୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ପାପୁଲୁର ଓ କୁରମାନୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସେହି ଅଞ୍ଚଳରେ ଚାଲିଥିବା ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ଲୋକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ । ମୁଖ୍ୟତଃ ଅଞ୍ଚଳରେ ନେଟୱାର୍କ ବ୍ୟବସ୍ଥା ନଥିବା ଓ ନେଟୱାର୍କ ସମସ୍ୟା ଦୂର କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ତେବେ ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏହା ସହ ଜିଲ୍ଲାପାଳ ପାପୁଲୁର ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ପାପୁଲୁର ବିଦ୍ୟାଳୟରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଲୋକଙ୍କ ପାଖରେ ପଟା ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି, ଲୋକଙ୍କୁ ଜମିପଟ୍ଟା ଦେବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହା ସହ ଜିଲ୍ଲାପାଳ ପାପୁଲୁର ମେଡିକାଲ ବୁଲି ଦେଖିଥିଲେ ।
ଜିଲ୍ଲାପାଳଙ୍କ ସହ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଓ ଚିତ୍ରକୋଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ମଧ୍ୟ ଉପସ୍ଥିତ ଥିଲେ।