ବ୍ରହ୍ମପୁର:ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ୍ ସ୍ପେକତ୍ରମ୍ ଠାରେ ଡକ୍ଟରସ ଫୋରମ୍ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଉଦ୍ୟମରେ ଏକ ସ୍ବାସ୍ଥ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର କୁ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପ୍ରଫେସର ଡ଼ା କୃଷ୍ଣ ମୋହନ ପାଠୀ ଏବଂ ଡକ୍ଟର ସ ଫୋରମ୍ ର ସଭାପତି ଡ଼ା ଶଙ୍କର୍ଷଣ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କର୍ମଶାଳା ରେ ଅପ୍ପୋଲ ହସ୍ପିଟାଲ୍ ଭୁବନେଶ୍ବର ର ପ୍ରଖ୍ୟାତ ହୃଦ୍ବ୍ ବକ୍ଷ ଶଲ୍ୟ ଚିକିଛକ ଡ଼ା ରଘନାଥ ମହାପାତ୍ର ଏବଂ ସ୍ନାୟୁ ଶଲ୍ୟ ବିଶେଷ୍ଞ ଡ଼ା ଦେବବ୍ରତ ବିଶ୍ବାଳ ଯୋଗ ଦେଇ ବର୍ତ୍ତମାନ କିପରି ଉନ୍ନତ ମାନର ସ୍ନାୟୁ ଶଲ୍ୟ ଚିକିତ୍ସା ସ୍ୱଳ୍ପ ସମୟ ଏବଂ ନିର୍ଭୁଲ ଅସ୍ତ୍ର ଉପଚାର ହୋଇ ପାରୁଚି ସେ ବିଷୟ ରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସଡ଼କଦୁର୍ଘଟଣାରେ ଆହାତ ବ୍ୟକ୍ତି ଯଦି ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଅପ୍ପୋଲ ହସ୍ପିଟାଲ୍ ରେ ପହଚନ୍ତି ତେବେ ସେ ହି ବ୍ୟକ୍ତି ମାଗଣା ଚିକିତ୍ସା ସୁବଧା ପାଇବେ।ଡ଼ା ମହାପାତ୍ର ହୃଦରୋଗ ର ଜଟିଳ ଅସ୍ତ୍ର ଉପଚାର ବର୍ତ୍ତମାନ କିପରି ଉନ୍ନତ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ହୋଇ ପାରୁଛି ସେ ବିଷୟ ଉପରେ ଆଲୋକପାତ କରିଥିଲେ।
ସମ୍ପାଦକ ଡଃ ଅତୁଲ୍ୟ ପଟ୍ଟନାୟକ ଫୋରମର ହେଉଥିବାଜନହିତ କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ।ଏହି କର୍ମଶାଳା ରେ ଫୋରମ୍ ର ସଭ୍ୟ ଡ଼ା ନାରାୟଣ ମିଶ୍ର, ଡ଼ା ବି ନାଗେଶ୍ୱର ରାଓ ସୁବୁଦ୍ଧି,ଡ଼ା ଇ ଜୟନ୍ତ ରାଓ, ଇ ପଦ୍ମ ନାଭ ରାଓ ,ଡ଼ା ଧବଳେଶ୍ଵର ନାହାକ, ଡ଼ା ସମରେନ୍ଦ୍ର ସାହୁ,ଡ଼ା ସିଦ୍ଧାନଥ କର,ଡ଼ା ଅଭୟ ନାୟକ,ଡ଼ା ଅନିଲ ସାହୁ,ଡ଼ା କିରଣ କୁମାର,ଡ଼ା ଦେବୀ ପଟ୍ଟନାୟକ, ଡ଼ା ମୀରା ପଣ୍ଡା,ଡ଼ା ସାଗର ରଂଜନ ତ୍ରିପାଠୀ,ଡ଼ା ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।