ଭୁବନେଶ୍ୱର – ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିବା ପଞ୍ଜିକରଣ ସମୟସୀମାକୁ ବୃଦ୍ଧି କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପଞ୍ଜିକରଣ ପାଇଁ ଆଜି ଥିଲା ଶେଷ ତାରିଖ । ଆଉ ୭ ଦିନ ପାଇଁ ଅର୍ଥାତ୍ ୧୭ ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ବର୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିସାରିଲେଣି ।
ଅନ୍ୟପକ୍ଷରେ ସମବାୟ ବିଭାଗରେ ଆଜି ୫୨ ଜଣ ଅଡ଼ିଟରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୫୨ ଜଣଙ୍କୁ ସେ ନିଯୁକ୍ତିପତ୍ର ପ୍ରଦାନ କରିଥିବା ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।
ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ଯୋଗାଣ ନେଇ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ସରକାରଙ୍କ ଏହି ଯୋଜନା ରହିଛି । ପ୍ରସ୍ତାବ ମଧ୍ୟ ଆସିଛି । ଏନେଇ ବିଚାରବିମର୍ଶ ଚାଲିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚାଷୀ ମାନେ ବିଶେଷ ଭାବେ ଲାଭବାନ୍ ହୋଇପାରିବେ ।