ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ବ୍ରିଜ୍ର ସେଣ୍ଟ୍ରିଙ୍ଗ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରମିକ ଜଣକ ହେଲେ ଦେବ ଶିଶା । ଖଇରପୁଟ ବ୍ଲକର ଗୋବିନ୍ଦପାଲୀ ଠାରୁ ବଡ଼ଡୁରାଲ ପର୍ଯ୍ୟନ୍ତ ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା । ଆଜି ସକାଳେ କିଛି ଶ୍ରମିକ ସେଠାରେ କାମ କରୁଥିଲେ । କାମ ଚାଲିଥିବା ବେଳେ ହଠାତ୍ ବ୍ରିଜର ସେଣ୍ଟ୍ରିଙ୍ଗ ଭୁଷୁଡ଼ି ପଡ଼ିଥିଲା । ଫଳରେ ଦେବ ସେଣ୍ଟ୍ରିଙ୍ଗ ତଳେ ଚାପି ହୋଇ ରହି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋବିନ୍ଦପାଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ଵାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Related Stories
November 24, 2024
November 24, 2024