ଗଞ୍ଜାମ, ଗତକାଲି ବିଳମ୍ବିତ ରାତିରେ ବିଜେଡ଼ି ନେତା ଭିକାରୀ ସେଠୀ ବାଇକ୍ ଯୋଗେ ଯାଉଥିବା ବେଳେ ସମ୍ମୁଖ ପଟୁ ଏକ ଯାତ୍ରୀବାହି ବସ୍ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଘଟିଥିଲା ଦିଗପହଣ୍ଡି ଥାନା ସମ୍ମୁଖରେ । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ବସ୍ ଓ ବାଇକ୍ କୁ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।
Related Stories
November 23, 2024