ଭୁବନେଶ୍ୱର,ଆଜି ବିନା ମୋବାଇଲ ନେଟବର୍କରେ ଅନେକ ସରକାରୀ ସୁବିଧାର ଲାଭ ମିଳିବା ସମ୍ଭବ ନୁହୋଁ ପାଠ ପଢା ଠାରୁ ଆରମ୍ଭ କରି ମୋବାଇଲ ବ୍ୟାଙ୍କିଂ ଭଳି ବ୍ୟବସ୍ଥା ବିନା ମୋବାଇଲ ନେଟବର୍କରେ ସମ୍ଭବ ନୁହୋଁ ଆମ୍ବୁଲାନ୍ସ ସେବା ହେଉ ବା ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ହସ୍ତାନ୍ତରଣ ପରେ ପାଇଁ ସୂଚନା ପାଇବାକୁ ମଧ୍ୟ ଏହି ସେବା ଜରୂରୀ । ତେବେ ରାଜ୍ୟର ଅନେକ ଗ୍ରାମପଂଚାୟତରେ ଏବେ ବି ନେଟବର୍କ ନାହିଁ । ଏହାକୁ ନେଇ ଆଜି ବିଧାନସଭାରେ ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି ।
ଗୁରୁବାର ପ୍ରଶ୍ନକାଳରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ମୂଳ ପ୍ରଶ୍ନ ସମ୍ପର୍କିତ ଆଲୋଚନାରେ ଶ୍ରୀ ବେହେରାଙ୍କ ବ୍ୟତୀତ ଡ ନୃସିଂହ ସାହୁ ଓ ସନାତନ ବିଜୁଳି ସେମାନଙ୍କର ଅଂଚଳରେ ନେଟବର୍କର ସମସ୍ୟା ଥିବା କାରଣରୁ ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ଦୂର କରିବାକୁ ପଦେ କ୍ଷପ ନେବାକୁ ଦାବି କରିଥିଲେ ।
ଏହାର ଉତରରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ବିଏସଏନଏଲ ପକ୍ଷରୁ ଅପହଂଚ ଅଂଚଳରେ ଟାବାର ବସାଇବାକୁ କେନ୍ଦ୍ରସରକାରଙ୍କୁ ନିୟମିତ ଭାବେ ପତ୍ର ଲେଖା ଯାଉଛି । ସେହିପରି ବିଭିନ୍ନ ବେସରକାରୀ ସର୍ଭିସ ପ୍ରଭାଇଡର ଯେପରିକି ଜିଓ, ଭୋଡାଫୋନ ଓ ଏୟାରଟେଲର ରାଜ୍ୟ ମୁଖ୍ୟ ମାନଙ୍କ ସହ ପ୍ରତି ୬ ମାସରେ ଡକା ଯାଇ ସେମାନଙ୍କୁ ଟାବାର ସ୍ଥାପନ କରିବାକୁ କୁହା ଯାଉଛି ।