-
ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ କଲେ ଦାବି
ଭୁୁବନେଶ୍ୱର, ବିଭିନ୍ନ ନିର୍ବାଚନମଣ୍ଡଳୀ ମାନଙ୍କରେ ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଲାଣି । ବିଭିନ୍ନ ପ୍ରକଳ୍ପର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି । ତେଣୁ ଏମଏଲଏ ଲ୍ୟାଡ ଫଣ୍ଡରେ ଯେଉଁ ୩ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି ତାହା ଯଥେଷ୍ଟ ହେଉ ନାହିଁ । ତେଣୁ ଏହାକୁ ଆଖି ଆଗରେ ରଖି ଏମଏଲଏ ଲ୍ୟାଡ ଫଣ୍ଡକୁ ଗ୍ଦ୍ି କରା ଯାଉ । ଗୁରୁବାର ଦିନ ପ୍ରଶ୍ନକାଳରେ ସଂଜୀବ କୁମାର ମଲିକଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ଦାବି କରିଛନ୍ତି ।
ତେବେ ଏହାର ଉତରରେ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ ବର୍ତମାନ ଏମଏଲଏ ଲ୍ୟାଡ ଫଡରେ ୨ କୋଟି ଟଙ୍କା ସାଧାରଣ ଭାବେ ତଥା ଉଚ୍ଚ ଶିକ୍ଷା ପାଇଁ ୫୦ ଲକ୍ଷ ଓ ରାସ୍ତା ଘାଟ ପାଇଁ ଆଉ ୫୦ ଲକ୍ଷ ଏପରି ମୋଟ ୩ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି । ଏହାକୁ ବଢାଇବା ପାଇଁ ରାଜ୍ୟ ସରକାରଙ୍କର ନିକଟରେ ଏବେ କୌଣସି ପ୍ରସ୍ତାବ ନାହିଁ । ଯଦି ଏ ସମ୍ପର୍କରେ ଭବିଷ୍ୟତରେ କୌଣସି ପ୍ରସ୍ତାବ ଆସେ ତେବେ ତାକୁ ସରକାର ବିଚାର କରିବେ ବୋଲି ସେ କହିଛନ୍ତି ।
ବିଧାୟକ ସଂଜୀବ ମଲିକ, ଲତିକା ପ୍ରଧାନ, ମୋହନ ମାଝୀ, ସନ୍ତୋଷ ସିଂହ ସାଲୁଜା. ଭାସ୍କର ମଢେଇ ଓ ଅନ୍ୟ ବିଧାୟକ ମାନେ କହିଛନ୍ତି ଯେ କୋବିଡ ପର ଠାରୁ ବିଭିନ୍ନ ପ୍ରକଳ୍ପରେ ମୂଲ୍ୟରେ ଭାରୀ ବୃଦ୍ଧି ଘଟିଛି । ଲୁହା ଛଡ. ସିମେଂଟ ଆଦିର ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ଯେଉଁ କାମ ଏକ ଲକ୍ଷ ଟଙ୍କାରେ ହେଉଥିଲା ତାହା ଏବେ ତିନି କୋଟି ଟଙ୍କାରେ ପହଂଚି ସାରିଲାଣି । ତେଣୁ ଏହାକୁ ବୃଦ୍ଧି କରା ଯିବା ନିହାତି ଜରୁରୀ ।
ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଚାରି କୋଟି ଯାଏ ଏମଏଲଏ ଲାଡ ରହିଛି ।ତେଣୁ ଏହାକୁ ଆଖି ଆଗରେ ରଖି ଓଡିଶାରେ ମଧ୍ୟ ଏହାକୁ ବଢାଇବାର ଆବଶ୍ୟକତା ରହିଛି ।