ଭୁୁବନେଶ୍ୱର, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାମରେ ହ୍ୱାଟସଅପରେ ଫେକ ଆକାଉଂଟ ଖୋଲାଯାଇଥିବା ଅଭିଯୋଗ ହୋଇଛି । ଏହି ଫେକ ଆକାଉଂଟ ଜରିଆରେ ଡିଜିଙ୍କ ଲିଙ୍କରେ ଥିବା ଲୋକଙ୍କୁ ମେସେଜ କରାଯାଇଥିବା ଜଣାଯାଇଛି । ଏହି ଲିଙ୍କ ପାଇଥିବା ଲୋକ ଡିଜିଙ୍କୁ ଜଣାଇଛନ୍ତି । ମେଡିକାଲ ବାହାନା କରି ଅପରାଧୀ ଅଗ୍ନିଶମ ଡିଜିଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି ।
ଏସମ୍ପର୍କରେ ଅଗ୍ନିଶମ ଡିଜି କ୍ରାଇମବ୍ରାଂଚ ସାଇବର ଥାନାକୁ ଅବଗତ କରିଛନ୍ତି । ଟଙ୍କା ମାଗିଲେ ନ ଦେବାକୁ ବି ନିବେଦନ କରିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ମେସେଜ କିମ୍ବା କଲ ଆସିଲେ ନିକଟସ୍ଥ ସାଇବର ଥାନାରେ ଅଭିଯୋଗ କରନ୍ତୁ ।