
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତ ବିଜୁ ଯୁବବାହିନୀ ପକ୍ଷରୁ ସଡକ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାତାୟାତର ବେଳେ ସତର୍କତା ସହ ସୁରକ୍ଷିତ ରହିବାକୁ ଗୁରୁତ୍ୱରୋପ କରାଯିବା ସହ ସଚେତନତା ସମ୍ୱନ୍ଧୀୟ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଏହି ଅଭିଯାନରେ ବିଭିନ୍ନ ଜଣ ସାଧାରଣ ସାମିଲ ହୋଇଥିଲେ। ସମ୍ପାଦକ ସ୍ୱାଧୀନ ସ୍ୱାଇଁ, କୋଷଧକ୍ଷ ଗୋବିନ୍ଦ ଡାକୁଆ, ସମିତି ସଭ୍ୟ ପ୍ରତିନିଧି ଏ.ଜଗନ୍ନାଥ ପାତ୍ର, ସାମାଜିକ କର୍ମୀ ପ୍ରଶାନ୍ତ ରେଡିଙ୍କ ସହ ବିଭିନ ସଭ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।