କନ୍ଧମାଳ, ସରକାର ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ମାଗଣା ମେଡିସିନ ଦେଉଛନ୍ତି ହେଲେ ରୋଗୀଙ୍କୁ ନଦେଇ ଔଷଧ ବଳକା ରଖି ପରେ ଏକ୍ସପାଇରୀ ହେଲେ ସେସବୁକୁ ଶେଷରେ ଫୋପାଡୁଛନ୍ତି ମେଡିକାଲ କର୍ମଚାରୀ ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲା ବାରୀକୁମ୍ପା ଡାକ୍ତରଖାନାରୁ ।
ଗତକାଲି ବାରୀକୁମ୍ପା ଡାକ୍ତରଖାନା ନିକଟରେ ସାଲାଇନ, କିଛି ମେଡିସିନ ଏକ ପରିତ୍ୟକ୍ତ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା। ତେଵେ. କିଏ କାହିଁକି ଓ କଣ ପାଇଁ ସେଠାରେ ମେଡିସିନଗୁଡିକ ଫୋପାଡ଼ିଲା ତାହା ଜଣାପଡ଼ିନି। ମେଡିକାଲ କର୍ମଚାରୀ ଫୋପାଡିଛନ୍ତି ନାଆଉ କିଏ ଆଣି ସେଠାରେ ପକାଇ ଦେଇ ଛନ୍ତି ତାହା ତଦନ୍ତ ପରେ ଜଣାପଡିବ।
କେବଳ ଏହି ଗୋଟିଏ ମେଡିକାଲ ନୁହେଁ ନିକଟରେ ଫିରିଙ୍ଗିଆ ଡାକ୍ତରଖାନା ନିକଟରେ ମଧ୍ୟ ବହୁ ଏକ୍ସପାଇର ମେଡ଼ିସିନ ପଡିଥିବା ଦେଖିବାକୁ ମିଳିଥିଲା। ଜିଲାର ସଦର ମହକୁମା ଡାକ୍ତରଖାନା ସମେତ ଅନେକ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ଏକ୍ସପାଇରୀ ମେଡ଼ିସିନ ସବୁ ଫୋପାଡୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ତେଵେ ଏନେଇ ଜିଲ୍ଲା ମୁଖ୍ୟ ଜନସ୍ଵାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଗଡ଼ନାୟକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରେ ସେ ଏନେଇ ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି କହିଥିଲେ।
ସେହିପରି ଦାୟୀତ୍ଵରେ ଥିବା ମେଡିକାଲ ଅଫିସରଙ୍କୁ ପଚାରିବାରେ ଏହି ମେଡିକାଲରେ ଉନ୍ନତ ମାନର ରୋଗୀସେବା ଓ ସ୍ଵଛତା ପାଇଁ ପୂର୍ବରୁ ମେଡିକାଲକୁ କାୟାକଳ୍ପ ପୁରସ୍କାର ମିଳିଛି ଏବେ ଆଉ ଏକ ପୁରସ୍କାର ମଧ୍ୟ ପାଇବା ପାଇନ ଏହି ମେଡିକାଲ ଯୋଗ୍ୟ ବିବେଚିତ ହେବା ଲାଗି ସମସ୍ତ ପ୍ରସ୍ତୁତି କରାଯାଉଛି । ଏଣୁ ସଫେଇ କରାଯିବା ବେଳେ ପୂର୍ବରୁ କିଛି ଏକ୍ସପାଇରୀ ମେଡିସିନ ହୁଏତ କେଉଁଠି ଥିବ ତାକୁ କେହି କର୍ମଚାରୀ ଫୋଫାଡ଼ି ଦେଇଥିବେ ବୋଲି କହିଛନ୍ତି ।
ସେଯାହା ହେଉନା କାହିଁକି ରୋଗୀଙ୍କ ପାଇଁ ଆସୁଥିବା ମେଡ଼ିସିନ ନ ଫୋପାଡ଼ି ଗରିବ ରୋଗୀଙ୍କୁ ପ୍ରଦାନ କରିବା ଉପରେ କର୍ତୁପକ୍ଷ ଗୁରୁତ୍ଵ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।