-
ଘରେ ପୁରାଇଲେନି ଶାଶୂଘର ଲୋକେ
ପୁରୀ, ଘରେ ପୁରାଇଲେନି ଶାଶୂଘର ଲୋକେ । ଯାହାକୁ ନେଇ ଆଜି ଜଣେ ଯୁବତୀ ନୂଆଗଡ଼ ସାମୁଦ୍ରିକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । କିଛି ଦିନ ତଳେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ନେଇ ରାଜ୍ୟ ବାହାରେ ୧୧ଦିନ ରଖିବା ପରେ ପୁଣି ଗାଁରେ ଆଣି ଛାଡି ଚାଲିଯାଇଥିଲେ । ତେବେ ଗାଁରେ ବାହାଘର ହେବ କହି ଛାଡିଥିବାରୁ ଯୁବତୀ ଜଣକ ଯୁବକଙ୍କ ଘରକୁ ଯାଇଥିଲେ । କିନ୍ତୁ, ଯୁବକଙ୍କ ପରିବାର ଲୋକେ ତାଙ୍କୁ ଘରେ ପୁରାଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।