ଭୁବନେଶ୍ୱର, ରାଜ୍ୟରେ ବିହନ ଅଭାବ, ଚାଷୀ ମାନଙ୍କୁ ସଠିକ ସମୟରେ ବିହନ ନମିଳିବା ଓ କେତେକ ସ୍ଥାନରେ ବିହନ ଗଜା ହେଉ ନ ଥିବା ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ମୂଳ ପ୍ରଶ୍ନ ଉପରେ ପ୍ରଶ୍ୱକାଳରେ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ବିଧାୟକ ମାନେ ଏ ନେଇ ପ୍ରଶ୍ନ କରିଛନ୍ତି ।
ଏ ପ୍ରସଙ୍ଗରେ କୃଷି ମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ରେ ୩୩ଲକ୍ଷ ୧୯ ହଜାର୩୯୦ ହେକ୍ଟର ଜମିରେ ଧନ ଚାଷ କରିବାକୁ ସରକାର ଲକ୍ଷ ରଖିଛନ୍ତି। ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି। ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି। ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି।
ଅନ୍ୟ ପକ୍ଷରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ – ଭାରତ ସରକାରଙ୍କ ବିହନ ନିୟମ ଅନୁସାରେ, ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ। ଵର୍ତ୍ତମାନ ସୁଦ୍ଧା ୭୫ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବା ବେଳେ ୯୦ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ସହ ଚୁକ୍ତି କରିଛନ୍ତି। ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷପ ନେବେ।