
ସାନଖେମୁଣ୍ଡି: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ମୃତି ବଜାୟ ରଖିଥିବା ଉଷ୍ମ ପ୍ରସବଣ କ୍ଷେତ୍ର ତପ୍ତପାଣି ସ୍ଥିତ ଅଧିଷ୍ଠାତ୍ରୀ ବେବୀ ମା କନ୍ଧୁଣି ଦେବୀଙ୍କ ବାର୍ଷିକ ଯାତ୍ରାତ୍ସୋବ୍ କାର୍ତ୍ତିକ ପୂର୍ଣ୍ଣିମା ତିଥି ଅବସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶ୍ରଦ୍ଧାଳୁ ଭକ୍ତ ତଥା ଆଦିବାସୀଙ୍କ କୂଳ ଦେବୀ ମା କନ୍ଧୁଣି ଦେବୀଙ୍କୁ ଦର୍ଶନ ପ୍ରକାରେ ଏହି ସମୟରେ ପ୍ରବଳ ଭିଡ ହେବା ସହ ମାନସିକ ଧରୀଙ୍କ ମେଳ ହେଉଥିବା ଜଣାଯାଇଛି l ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଗୋବିନ୍ଦପୁର ପଞ୍ଚାୟତ ତଥା ଗଞ୍ଜାମ – ଗଜପତି ସୀମାରେ ଅବସ୍ଥିତ କାରଣରୁ ଲକ୍ଷ୍ ଲକ୍ଷ ଶ୍ରଦ୍ଧାଳୁ ଭିଡ ହେଇଥିବା ଜଣାଯାଇଛି l ଏ ସଂପ୍ରଦାୟର ଆରାଧ୍ୟ ଦେବୀ ଭାବେ ପରିଗଣିତ ହେଇଥିବା ଯୋଗୁଁ ପ୍ରବଳ ଭିଡ଼ ହୁଏ l ଏହି ଯାତ୍ରାର ମୋହନା ଜିଲ୍ଲାର ବିଧାୟକ ଜୟରାମ ଗମାଙ୍ଗ ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମିଳିତ ଦର୍ଶନ କରିଥିବାରୁ ସାଧାରଣ ଶ୍ରଦ୍ଧାଳୁ ଜନ ସାଧାରଣ ତଥା ଅଞ୍ଚଳ ବାସୀଙ୍କ, ମନରେ ଉତ୍ସାହ ରହିଥିଲା l ଯାତ୍ରା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପୌରାଣିକ ନାଟକ ‘ ମହାଭାରତ ‘ ଉଭୟ ବିଧାୟକ ଉପସ୍ଥିତ ରହି ଉଦଯାପନା କରିବା ସହ ଯାତ୍ରା କମିଟି ତଥା ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକଳାପକୁ ନେଇ ସମ୍ବୋଧିତ କରିଥିଲେ l ବରିଷ୍ଠ ପୂଜକ ଶ୍ରୀ ଚନ୍ଦ୍ର ଶେଖର ପାଢ଼ୀଙ୍କ ସହ ଟୁନା ପାଢ଼ୀ,ସରପଞ୍ଚ ମଙ୍ଗଳା ଗମାଙ୍ଗ ,ରେଡିକା ଯାନୀ, ପ୍ରଦୀପ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୟରାମ ଦୋରା, ଭୀମସେନ ମଣ୍ଡଳ ,ବାବୁଲା ଦୋରା ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l