ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣର ଯେଉଁ ବୃଦ୍ଧି ଦେଖାଯାଉଛି, ତାହା ଉଦବେଗଜନକ ନାହିଁ । ତେଣୁ କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ।
ସେ କହିଛନ୍ତି ଯେ ‘କୋଭିଡ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି। ପଜିଟିଭ୍ ସଂଖ୍ୟା ବଢ଼ୁଛି। ଏହା କେବେ କମିବ କହି ହେବନି। ଯେପର୍ଯ୍ୟନ୍ତ ସମାନ୍ତରାଳ ସ୍ଥିତିକୁ ନ ଆସିଛି, ଏହା ଆଗକୁ ବଢ଼ିବ କି ନାହିଁ କହିପାରିବା ନାହିଁ ।
ସେ କହିଛନ୍ତି ଯେ ଯାାହା ପାଖରେ ଲକ୍ଷଣ ଦେଖାଯାଉଛି, ଟେଷ୍ଟ କରାଇ ନିଅନ୍ତୁ । ଆଇସୋଲେସନରେ ରୁହନ୍ତୁ । ଏବେ ବ୍ୟକ୍ତିଗତ ସ୍ତରରେ ସତର୍କ ହେବାକୁ ପଡ଼ିବ । ଲୋକ ସଚେତନ ହେଲେ, ସଂକ୍ରମଣକୁ ରୋକିପାରିବା।