ଢ଼େଙ୍କାନାଳ, ଲାଂଚ ନେବା ମାମଲାରେ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ସେ ୧୧ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏକ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ସେ ମେଡିକାଲ ସମ୍ମୁଖ ଏକ କ୍ଲିନିକରେ ଜଣକ ଠାରୁ ଏହି ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଡାକ୍ତର ଉମାକାନ୍ତ ଢ଼େଙ୍କାନାଳ ମେଡିକାଲରେ ଚାକିରୀ କରନ୍ତି । ଅନେକ ସମୟରେ ସେ ଡ୍ୟୁଟି ବେଳେ ବାହାରେ କ୍ଲିନିକରେ ଯାଇ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି ।