କନ୍ଧମାଳ,କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା। ଗୋଛାପଡା ଥାନାଧିକାରୀ ରଞ୍ଜିତ୍ କୁମାର ମୁନିଙ୍କ ନେତୃତ୍ଵରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ ଅଟୋ ଓ ଦୁଇଟି ବାଇକ ସହ ୭୦ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲା ଅତାବିରା ଥାନା କାଦୁଅବାହଲ ଗ୍ରାମର ନଜିର ଅହମଦ ଓ ବୋୖଦ୍ଧ ଜିଲା କଣ୍ଟାମାଳ ଥାନା ଖମାର ଗାଁର ରୋହିତ ଦୀପ ବୋଲି ଥାନାଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି। ଏହି ଦୁଇ ଜଣ ଗଞ୍ଜେଇ ମାଫିଆ ଦୀର୍ଘ ଦିନ ହେଲା ସମ୍ପୃକ୍ତ ଅଂଚଳରୁ ଗଂଜେଇ ଚୋରା ଚାଲାଣ କରି ଆସୁଥିଲେ। ସେଥିପ୍ରତି ପୋଲିସର ସତର୍କ ଦ୍ରୁଷ୍ଟି ରହିଥିଲା। ମଙ୍ଗଳବାର ପୋଲିସ ସେମାନଙ୍କୁ ଗିରଫ କରି ଏକ ମାମଲା ୮୭/୨୨ ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଥାନାଧିକାରୀ ଭାବେ ରଞ୍ଜିତ କୁମାର ମୁନି ଦାୟୀତ୍ଵ ଗ୍ରହଣ କରିବା ପରେ ନିଜର କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନ କୌଶଳ ଓ ପରିଶ୍ରମ ଯୋଗୁଁ ଗଞ୍ଜେଇ ଚୋରାଚାଲାଣ ପୂର୍ବାପେକ୍ଷା ଢେର କମିଥିବା ଜଣାପଡ଼ିଛି । ଅଂଚଳର କୁଖ୍ୟାତ ଗଂଜେଇ ମାଫିଆ ସାବାଡ଼ ହେଇଯାଇଛନ୍ତି । ସେହିପରି ଥାନାଧିକାରୀ ମୁନିଙ୍କ ଦାୟୀତ୍ଵ ଗ୍ରହଣ କରିବା ପରେ ଅଂଚଳରେ ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବହୁପରିମାଣରେ କମି ଯାଇଥିବା ଦେଖାଯାଇଛି।